୩ ହଜାର ଟଙ୍କା: କେମିତି ହେବ ଘର ମରାମତି ?

TweetShareSharePin0 Sharesଭୁବନେଶ୍ୱର(ଦ କୁଇଭର): ଘର ମରାମତି କରିବା ପାଇଁ ରାଜ୍ୟ ସରକାର ଦେବେ ୩ ହଜାର ଟଙ୍କା । ଏନେଇ…

ଭୁବନେଶ୍ୱର(ଦ କୁଇଭର): ଘର ମରାମତି କରିବା ପାଇଁ ରାଜ୍ୟ ସରକାର ଦେବେ ୩ ହଜାର ଟଙ୍କା । ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ମିଳିବ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ୩ ହଜାର ଟଙ୍କାରେ ଘର ମରାମତି ହୋଇପାରିବ ତ? ବାସ୍ତବରେ ରାଜ୍ୟ ସରକାର ଦେବାକୁ ଥିବା ୩ ହଜାର ଟଙ୍କାରେ କ’ଣ ଘର ମରାମତି ହୋଇପାରିବ? ଏହାକୁ ନେଇ ଏବେ ସାଧାରଣରେ ପ୍ରାଶ୍ନବାଚୀ ସୃଷ୍ଟି ହୋଇଛି ।

ଆଜିର ବ୍ୟୟବହୁଳ ବଜାରରେ ବିଭିନ୍ନ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ୩ହଜାର ଟଙ୍କାରେ ଜଣେ କିପରି ଘର ମରାମତି କରିବ ତାକୁ ନେଇ ଚିନ୍ତାରେ ପଡ଼ିଛି । ଆଜିର ବଜାରରେ ଗୋଟିଏ ସିମେଣ୍ଟ ବସ୍ତାର ଦାମ୍ ୩୫୦ ଟଙ୍କା ଥିବା ବେଳେ ବାଲି ଗୋଟିଏ ଗାଡ଼ିକୁ ୨ ହଜାର ଟଙ୍କା ଲାଗିବ । ତାହା ସହିତ ମସ୍ତ୍ରୀ ଖର୍ଚ୍ଚ ୬୦୦ ଏବଂ ଦିନକୁ ଜଣଙ୍କ ମଜୁରୀ ୩୦୦ ଟଙ୍କା । ଏହାବାଦ୍ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି । ତେବେ ୩୦୦ ହଜାର ଟଙ୍କାରେ କିପରି ଘର ମରାମତି କରିବ ତାହା ଏବେ ସନ୍ଦେହ ଘେରରେ ।

ଅନ୍ୟପଟେ ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ନିର୍ବାଚନର ବିଗୁଲ ମଧ୍ୟ ବାଜି ସାରିଲାଣି । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରଙ୍କ ଏହା ଏକ ନିର୍ବାଚନୀ ଥୋପ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ନିର୍ବାଚନ ଆସିଲେ ଏପରି ଅନେକ ଯୋଜନା ସରକାର ଆରମ୍ଭ କରନ୍ତି, କିନ୍ତୁ ନିର୍ବାଚନ ସରିଗଲା ପରେ ସବୁ ଯୋଜନା ସତେ ଯେମିତି ମରୀଚିକା ପରି ଉଭେଇଯାଏ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *