ଶୁକ୍ର ଗ୍ରହରେ ଜୀବନ ସମ୍ଭବ !

(ଦି କୁଇଭର): ଶୁକ୍ର ଗ୍ରହରେ ଜୀବନ ସମ୍ଭବ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଶୁକ୍ର ଗ୍ରହର ବାଦଲରେ ଦେଖିବାକୁ ମିଳିଛି ‘ଜୀବନର ଆଧାର’ । ଶୁକ୍ର ଗ୍ରହର ବାଦଲରେ ଜୀବନର ଆଧାର ଖୋଜୁଥିବା ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି । ଶୁକ୍ରର ବାଦଲରେ ବହୁ ମାତ୍ରାରେ ଆମୋନିଆ ଗ୍ୟାସ ଦେଖିବାକୁ ମିଳିଛି । ଯାହା ଫଳରେ ଏଠାରେ ଜୀବଜଗତ ସମ୍ଭବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି । ଏହା ପଛର କାରଣ ହେଉଛି, ଶୁକ୍ରରେ ଯେଉଁ ପ୍ରକାର ଜୀବନ ଅଛି, ସେମାନେ ଏହି ପ୍ରକାର ରାସାୟନିକ ପ୍ରକ୍ରିୟା ସୃଷ୍ଟି କରୁଛନ୍ତି । ଏମାନେ ଅମ୍ଳିୟ ପରିବେଶକୁ ବାସଯୋଗ୍ୟରେ ପରିଣତ କରନ୍ତି ।

ଶୁକ୍ର ଗ୍ରହର ଉପରିଭାଗରେ ଅନେକ ଅଦ୍ଭୁତପୂର୍ଣ୍ଣ ପରିବର୍ତ୍ତନ ଘଟୁଛି । ଯାହାକୁ ନେଇ ଏବେ ଚିନ୍ତାରେ ବୈଜ୍ଞାନିକ । ‘ନ୍ୟାସନାଲ ଏକାଡେମୀ ଅଫ ସାଇନ୍ସ’ରେ ଏହା ଉପରେ ଏକ ହାଇପୋଥେସିସ୍ ପ୍ରକାଶିତ କରାଯାଇଛି । ଏହାକୁ କାର୍ଡିଫ୍ ବିଶ୍ୱ ବିଦ୍ୟାଳୟ, ଏମଆଇଟି ଓ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଶି ପ୍ରସ୍ତୁତ କରିଛନ୍ତି । ଶୁକ୍ର ଗ୍ରହର ବାଦଲରେ ଆମୋନିଆ ଗ୍ୟାସ ୧୯୭୦ ମସିହାରୁ ଠାବ କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେଠାରେ ଏପରି କୌଣସି ପ୍ରକାର ଅଜୈବିକ ପ୍ରକ୍ରିୟା ଘଟୁନାହିଁ, ଯେଉଁ କାରଣରୁ ସେଠାରେ ଆମୋନିଆ ସୃଷ୍ଟି ହେବ ।

ଏକ ନୂଆ ଅଧ୍ୟୟନରୁ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଶୁକ୍ରର ଉପର ବାୟୁମଣ୍ଡଳରେ ଘଟୁଥିବା ରାସାୟନିକ ପ୍ରକ୍ରିୟା ଦର୍ଶାଉଛି ଯେ, ଯଦି ସେଠାରେ ଆମୋନିଆ ଅଛି ତେବେ ସେ ଏପରି ରିଆକ୍ସନ କରିବ । ଯାହାଦ୍ୱାରା ସଳଫ୍ୟୁରିକ ଏସିଡର ପ୍ରଭାବ ଶେଷ ହୋଇଯିବ । ଯଦି ଏପରି ଭାବେ ଶୁକ୍ରରେ ଆମୋନିଆ ଗ୍ୟାସ ବଢିଚାଲେ ତେବେ, ସମୟ ଏମିତି ଆସିବ ବାଦଲର ପିଏଚ୍ ସ୍ତର ୧୧ରୁ ୦ ହୋଇଯିବ । ଏପରି ହେଲେ ବାୟୁମଣ୍ଡଳର ଅମ୍ଳିୟତା କମ୍ ହୋଇଯିବ ଏବଂ ଜୀବଜଗତର ସମ୍ଭାବନା ବଢିବ । କାରଣ ପୃଥିବୀରେ ଏମିତି କିଛି ଜୀବ ଅଛନ୍ତି ଯେଉଁମାନେ ନିଜେ ଆମୋନିଆ ଉତ୍ପାଦନ କରନ୍ତି । ଏହାର ଅର୍ଥ ଶୁକ୍ରରେ ମଧ୍ୟ ଏପରି କିଛି ଜୀବ ଅଛନ୍ତି, ଯେଉଁମାନେ ଅମ୍ଳିୟତାକୁ ନଷ୍ଟ କରିବାରେ ସହାୟତା କରନ୍ତି । ଏହା ଉପରେ ବର୍ତ୍ତମାନ ଅଧିକ ଗବେଷଣା ଜାରି ରହିଛି ।

Leave a Reply

Your email address will not be published. Required fields are marked *