ଚାଷୀଙ୍କ ପାଇଁ ଖୁସି ଖବର: ଘୋଷଣା ହେଲା ପିଏମ୍ କିଶାନ ଯୋଜନାର ଦଶମ କିସ୍ତିର ତାରିଖ

ପିଏମ କିଶାନ ଯୋଜନାର ୧୦ମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

(ଦ କୁଇଭର): କୃଷକଙ୍କ ପାଇଁ ଖୁସି ଖବର । ଇଂରାଜୀ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଟଙ୍କା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ଘୋଷଣା ହୋଇଛି ତାରିଖ । ପିଏମ କିଶାନ ଯୋଜନାର ୧୦ମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ନୂଆବର୍ଷ ଉପଲକ୍ଷେ ଜାନୁୟାରୀ ୧ ତାରିଖ ଦିନ ଦେଶବାସୀଙ୍କୁ ପିଏମ୍ କିଶାନ ଯୋଜାନାର ଦଶମ କିସ୍ତି ଅର୍ଥାତ ୨ ହଜାର ଟଙ୍କା ପ୍ରଦାନ କରିବେ କେନ୍ଦ୍ର ସରକାର ।

କେନ୍ଦ୍ର ସରକାର ପ୍ରତିବର୍ଷ ପିଏକ କିଶାନ ଯୋଜନା ମାଧ୍ୟମରେ ୬ ହଜାର ଲେଖାଏଁ ଟଙ୍କା କୃଷକମାନଙ୍କୁ ପ୍ରଦାନ କରିଥାନ୍ତି । ଯାହାକୁ ୩ଟି କିସ୍ତି ମାଧ୍ୟମରେ କୃଷକମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯାଏ । କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ୍ କରିବା ପାଇଁ ଏହି ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।

ଯେବେଠାରୁ ସରକାର ଏହି ଯୋଜାନା ଆରମ୍ଭ କଲେଣି, ସେବେଠାରୁ କୋଟି କୋଟି କୃଷକ ଏହି ଯୋଜନା ମାଧ୍ୟମରେ ଉପକୃତ ହେଲେଣି । ବର୍ତ୍ତମାନ ସୁଦ୍ଧା ୧୧.୩୭ କୋଟି କୃଷକଙ୍କୁ ୧.୫୮ ଲକ୍ଷ କୋଟି ଟଙ୍କା ଦେଇସାରିଲେଣି ସରକାର । ତେବେ ଆସନ୍ତା ନୂଆବର୍ଷ ଅର୍ଥାତ୍ ଜାନୁୟାରୀ ୧ ତାରିଖ ଦିନ ପିଏମ କିଶାନ ଯୋଜନାର ୧୦ମ କିସ୍ତି ସରକାର ପ୍ରଦାନ କରିବେ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।

Leave a Reply

Your email address will not be published. Required fields are marked *