Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଓମିକ୍ରନର ୫ଟି ଲକ୍ଷଣ: କ’ଣ ଜାଣନ୍ତୁ ?

(ଦ କୁଇଭର): ସାରା ବିଶ୍ୱରେ ଓମିକ୍ରନ ଆତଙ୍କ । କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ଦିନକୁ ଦିନ ଓମିକ୍ରନ ତାର ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ତେଣୁ କ’ଣ ଏହି ଓମିକ୍ରନ ଏବଂ କ’ଣ ଏହାର ଲକ୍ଷଣ ଆସନ୍ତୁ ଜାଣିବା ।

କରୋନାର ଏକ ନୂଆ ଭାରିଆଣ୍ଟ ବା ପ୍ରଜାତି ହେଉଛି ଓମିକ୍ରନ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, କରେନାର ନୂଆ ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ଠାରୁ ଅଧିକ ମାରାତ୍ମକ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସେପରି କିଛି ଗୁରୁତର ଲକ୍ଷଣ ଦେଖିବାକୁ ମିଳିନାହିଁ । ଏବଂ ସଂକ୍ରମିତଙ୍କ ଠାରୁ ମୃତ୍ୟୁ ସଂଖ୍ୟା ଅନେକ ମାତ୍ରାରେ କମ୍ ରହୁଛି । ତେଣୁ ଏହାର ଲକ୍ଷଣ ସମ୍ପୂର୍ଣ୍ଣ କ୍ଷୀଣ ରହୁଥିବା କିଛି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ଡେଲଟା ଭାରିଆଣ୍ଟ ପରି ଓମିକ୍ରନରେ ସେପରି କିଛି ଗୁରୁତର ଲକ୍ଷଣ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇନାହିଁ । କିନ୍ତୁ କେତେକ ଲକ୍ଷଣ ରହିଛି ଯାହାଦ୍ୱାରା ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଆପଣଙ୍କ ଶରୀରରେ ଏପରି ଲକ୍ଷଣ ଦେଖାଯାଉଛି କି । ତେବେ ଓମିକ୍ରନର ପ୍ରଥମ ଲକ୍ଷଣ ହେଉଛି ନାକରୁ ଲଗାତର ଭାବେ ପାଣି ବୋହିବା । ଅନ୍ୟ ଏକ ଲକ୍ଷଣ ହେଉଛି ପ୍ରବଳ ମାତ୍ରାରେ ମୁଣ୍ଡି ବିନ୍ଧିବା । ଏବଂ ପ୍ରବଳ ଥକାପଣ ଅନୁଭବ କରିବା । ସେହିପରି ବାରମ୍ବାର ଛିଙ୍କିବା ଏବଂ ବିନା କାରଣରେ ଗଳା ଖରାପ ହେବା । ଏହି ସବୁ ହେଉଛି ଓମିକ୍ରନର ମୁଖ୍ୟ ଲକ୍ଷଣ । ଏପରି ଲକ୍ଷଣ ଦେଖାଗଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Exit mobile version