Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୩୧ ଡିସେମ୍ବର ପୂର୍ବରୁ ସାରନ୍ତୁ ଏହି କାମ: ନଚେତ୍ ନୂଆବର୍ଷରେ ହେବେ ଅସୁବିଧାରେ ସମ୍ମୁଖୀନ

(ଦ କୁଇଭର): ସୁରୁଛି ୨୦୨୧, ଆସୁଛି ନୂଆବର୍ଷ । ଆଉ ମାତ୍ର କିଛି ଦିନର ଅପେକ୍ଷା । ନୂଆବର୍ଷ ୨୦୨୨କୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ । କିନ୍ତୁ ଏଇ କେତେ ଦିନ ମଧ୍ୟରେ ଆପଣଙ୍କର ବାକି ଥିବା ଏହି କାମ ସବୁ ସାରି ଦିଅନ୍ତୁ । ନହେଲେ ନୂଆ ବର୍ଷରେ ଆପଣ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହେବେ । କାରଣ ନୂଆବର୍ଷରେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଆସନ୍ତୁ ଜାଣିବା ୩୧ ଡିସେମ୍ବର ପୂର୍ବରୁ ସାରିବାକୁ ଥିବା ଏହି କାମ ସବୁ ବିଷୟରେ ।

୧- ଆୟକର ରିଟର୍ଣ୍ଣ ଦାଖଲ କରନ୍ତୁ:
ସରକାର ୨୦୨୦-୨୧ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମସୟସୀମା ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । କାରଣ ନୂଆ ଆୟକର ପୋର୍ଟାଲରେ ହେଉଥିବା ଅସୁବିଧା ଓ କରୋନା ଭାଇରସ କାରଣରୁ ଏହାର ଶେଷ ତାରିଖକୁ ବଢାଇଦେଇଥିଲେ । ତେଣୁ ୩୧ ଡିସେମ୍ବର ପୂର୍ବରୁ ଆପଣ ଆପଣଙ୍କର ଆୟକର ରିଟର୍ଣ୍ଣ ଦାଖଲ କରନ୍ତୁ ଏବଂ ଜରିମାନାରୁ ବଞ୍ଚନ୍ତୁ ।

୨- ପେନସନ ପାଇଁ ଜୀବନ ସାର୍ଟିଫିକେଟ୍ ଦାଖଲ କରନ୍ତୁ:
ଯଦି ଆପଣ ପେନସନ ପାଇବାର ଯୋଗ୍ୟ ଶ୍ରେଣୀ ମଧ୍ୟରେ ଆସିଯାଇଛନ୍ତି, ତେବେ ୩୧ ଡିସେମ୍ବର ପୂର୍ବରୁ ଆପଣ ଆପଣଙ୍କର ଜୀବନ ସାର୍ଟିଫିକେଟ ଦାଖଲ କରନ୍ତୁ । ନଚେତ୍ ଆପଣ ପେନସନ୍ ପାଇବାରୁ ବଂଚିତ ହେବେ । ଜୀବନ ସାର୍ଟିଫିକେଟ୍ ଦାଖଲ କରିବାର ଅର୍ଥ ହେଉଛି, ଏଥିରୁ ଜଣାପଡ଼ିବ ଯେ, ପେନସନ୍ ପାଇବାକୁ ଥିବା ବ୍ୟକ୍ତି ଜୀବିତ ଅଛି କି ନାହିଁ ।

୩- ୟୁଏଏନ୍ ସହ ଆଧାର ସଂଯୋଗ କରନ୍ତୁ:
କର୍ମଚାରୀ ପ୍ରଭିଡେଣ୍ଟ ଫଣ୍ଡ ସଙ୍ଗଠନ(ଇପିଏଫଓ)ର ସଦସ୍ୟମାନଙ୍କୁ ସେମାନଙ୍କର ୟୁଏଏନ ନମ୍ବର ସହ ଆଧାରକାର୍ଡକୁ ଲିଙ୍କ୍ କରିବା ନିହାତି ଜରୁରୀ । ୩୧ ଡିସେମ୍ବର ପୂର୍ବରୁ ଏହା କରିବା ନିହାତି ଜରୁରୀ । ନଚେତ୍ ଆପଣଙ୍କର ଫିଏଫ ଖାତା ବନ୍ଦ ମଧ୍ୟ ହୋଇଯିବାର ସମ୍ଭାବନା ରହିଛି।

୪- ଡିମେଟ୍ ଓ ଟ୍ରେଡିଂ ଆକାଉଣ୍ଟର କେୱାଇସି ଅପଡେଟ୍‌:
ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(ସେବି) ଡିମେଟ୍ ଓ ଟ୍ରେଡିଂ ଖାତା ଗୁଡିକର କେୱାସି ଅପଡେଟ୍ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି । ଖାତାର ନାମ, ଠିକଣା, ପାନକାର୍ଡ ନମ୍ବର, ବର୍ତ୍ତମାନର କୋବାଇଲ ନମ୍ବର, ବୟସ ଓ ସଠିକ୍ ଇମେଲ ଆଇଡିକୁ ଅପଡେଟ୍ କରିବାକୁ ପଡିବ ।

୫- ୩୧ ଡିସେମ୍ବର ସୁଦ୍ଧା କମ୍ ସୁଧରେ ହୋମ୍ ଲୋନ୍‌:
ଯଦି ଆପଣ ବ୍ୟାଙ୍କ୍ ଅଫ୍ ବରୋଦାର ଗ୍ରାହକ, ତେବେ ଆପଣ ୩୧ ଡିସେମ୍ବର ପୂର୍ବରୁ କମ୍ ସୁଧରେ ହୋମ୍ ଲୋନ୍ ନେଇପାରିବେ । ପାର୍ବଣ ରୁତୁରେ ବ୍ୟାଙ୍କ୍ ଅଫ ବରୋଦା ହେମ୍ ଲେନ୍ର ହାର ୬.୫୦ ପ୍ରତିଶତକୁ ହ୍ରାସ କରିଥିଲା । ଯାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ଅଛି ।

Exit mobile version