ଚୀନ୍‌ରେ ପୁଣି ଲାଗିଲା ଲକଡାଉନ

ଚୀନ୍‌ର ସର୍ବାଧିକ ଜନବହୁଳ ଜିଆନ୍ ସହରରେ ଲାଗିଛି ଲକଡାଉନ

(ଦ କୁଇଭର): ଚୀନ୍‌ରେ ଲାଗିଲା ପୁଣି ଲକଡାଉନ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଚୀନରୁ ଆସିଛି ବଡ଼ ଖବର । ଚୀନ୍‌ର ସର୍ବାଧିକ ଜନବହୁଳ ଜିଆନ୍ ସହରରେ ଲାଗିଛି ଲକଡାଉନ । ୧୨୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଚୀନ୍‌ର ରାଷ୍ଟ୍ରପତି ସି-ଜିନପିଙ୍ଗ । ଉକ୍ତ ସହରରେ କଡ଼ା କଟକଣା ଜାରି କରାଯାଇଛି । ସେଠାରେ ୧୩ ମିଲିୟନ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେବଳ ଚୀନରେ ନୁହେଁ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତାମିଲନାଡ଼ୁରେ ଓମିକ୍ରନର ବିସ୍ଫୋରଣ ହୋଇଛି । ଗୋଟି, ଦିନରେ ଚିହ୍ନଟ ହୋଇଛନ୍ତି ୩୩ ଓମିକ୍ରନ ସଂକ୍ରମିତ । ସେହିପରି ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦିଲ୍ଲୀରେ ବିମାନଯାତ୍ରା ପାଇଁ ସଂକ୍ରମଣ ବଢୁଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଭାରତରୁ ୨୭୦ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *