Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଇତିହାସ ରଚିଲା ଭାରତ: ୨୪ ଘଣ୍ଟାରେ ୨ଟି ମିସାଇଲର ସଫଳ ପରୀକ୍ଷଣ

(ଦ କୁଇଭର): ଇତିହାସ ରଚିଲା ଭାରତ । ୨୪ ଘଣ୍ଟାରେ ୨ଟି ମିସାଇଲର ସଫଳପୂର୍ବକ ପରୀକ୍ଷଣ କରିଛି ଭାରତ । ଆଜି ସକାଳେ ଓଡ଼ିଶା ସ୍ଥିତ ଏ.ପି.ଜେ. ଅବଦୁଲ କାଲାମ ଦ୍ୱୀପରୁ ପାରମ୍ପରିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ୱିତୀୟ ପରୀକ୍ଷଣ କରିଛି । ଏହି ମିସାଇଲଟି ସଫଳପୂର୍ବକ ଭାବେ ଉତକ୍ଷେପଣ ସ୍ଥାନରୁ ୫୦୦ କିମି ଦୂର ଲକ୍ଷ ଭେଦ କରିଛି । ଏହାର ଅନେକ ବିଶେଷତ୍ୱ ରହିଛି । ଏହା ଦେଶର ଉତ୍ତର କିମ୍ବା ପଶ୍ଚିମ ସୀମା ପଟୁ ଆସୁଥିବା ଯେ କୌଣସି ପାରମ୍ପରିକ କ୍ଷେପଣାସ୍ତ୍ର ସହ ମୁକାବିଲା କରିପାରିବ । ଏହାର ଦ୍ୱିତୀୟ ସଫଳ ପରୀକ୍ଷଣ ଭାରତ ପାଇଁ ଏକ ଐତିହାସିକ ସଫଳତା ଅଟେ ।

ମିଳିଥିବା ସୂଚନା ଅନୁଯାୟୀ, ଡିଆରଡିଓ ଦ୍ୱାରା ୨୦୧୫ରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଏହା ବିଶେଷତ୍ୱ ଉଲ୍ଲେଖ କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ଏହି କ୍ଷେପଣାସ୍ତ୍ର ଚୀନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ମାତ ଦେବାରେ ସମ୍ପୂର୍ଣ୍ଣ ସକ୍ଷମ ଅଟେ । ଏହି କ୍ଷେପଣାସ୍ତ୍ରର ବିଶେଷ ବିଶେଷତ୍ୱ ହେଉଛି ଏହା ଭୂମି ସହିତ କ୍ୟାଣ୍ଟରରୁ ମଧ୍ୟ ଗୁଳି କରାଯାଇପାରିବ । କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ ଓ ସେଠାକାର ସମସ୍ତ ଟିମକୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Exit mobile version