Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କ୍ରିକେଟରୁ ଅବସର ନେଲେ ହରଭଜନ ସିଂ

(ଦ କୁଇଭର): କ୍ରିକେଟକୁ ଅଲବିଦା କହିଲେ ଭାରତୀୟ କ୍ରିକେଟର ହରଭଜନ ସିଂ । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭାରତୀୟ ଟିମର ତାରକା ସ୍ପିନର ହରଭଜନ ଭାରତ ତରଫରୁ ୭୧୧ୱିକେଟ୍ ହାସଲ କରିଛନ୍ତି । ହରଭଜନ କ୍ରିକେଟରୁ ଅବସର ନେବା ସମସ୍ତ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦାୟକ ଖବର । ପରେ ସେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ତଳେ ନବଜୋତ୍ ସିଂ ସିଦ୍ଧୁଙ୍କ ସହ ହରଭଜନଙ୍କ ଏକ ଫଟୋ ବେଶ ଭାରରାଲ ହୋଇଥିଲା । ତେଣୁ ସେ ଖୁବଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚ ହେଉଛି ।

୧୯୯୮ ମସିହାରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍ ଟିମରେ ଯୋଗ ଦେଇଥିଲେ ହରଭଜନ ସିଂ । ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ସମୁଦାୟ ୧୦୩ଟି ଟେଷ୍ଟ ମ୍ୟାଚ୍ ଖେଳି ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ୪୧୭ଟ ୱିକେଟ୍ ହାସଲ କରିଛନ୍ତି । ଭାରତୀୟ ଟିମର ତାରକା ସ୍ପିନର ଭାବେ ସେ ବେଶ୍ ଜଣାଶୁଣା ଥିଲେ । ୨୩ ବର୍ଷର କ୍ରିକେଟ୍ କ୍ୟାରିୟର ଅନ୍ତ ଘଟାଇ ସେ ଅବସର ନେଇଛନ୍ତି ।

Exit mobile version