ଜିରୋ ନାଇଟ୍ ସେଲିବ୍ରେସନ୍ ମନା

(ଦ କୁଇଭର): ସରୁଛି ୨୦୨୧, ଆସୁଛି ନୂଆବର୍ଷ । ନୂତନ ଆଶା ଓ ଉଦ୍ଦୀପନାକୁ ନେଇ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି ଲୋକେ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପୂର୍ବଦିନ ରାତିରେ ଆୟୋଜିତ ହୋଇଥାଏ ଜିରୋ ନାଇଟ୍ ସେଲିବ୍ରେସନ । କିନ୍ତୁ ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ନୂଆ ବର୍ଷ କୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି । କୋଣସି ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ବାରରେ ହୋଇପାରିବ ନାହିଁ ସେଲିବ୍ରେସନ । ଦ୍ରୁତଗାମୀ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏପରି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର ।

ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବଡ଼ଦିନ ଓ ନୂଆବର୍ଷ ସେଲିବ୍ରେସନ ଉପରେ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ସେହିପରି ବାହାଘରକୁ ଅନୁମତି ଥିବା ବେଳେ ଭୋଜିଭାତ ଆୟୋଜନ ହୋଇପାରିବ ନାହିଁ । ଏହାସହ ବିଭିନ୍ନ ସାଂସ୍କୃତିକ, ସାମଜିକ କାର୍ଯ୍ୟକ୍ରମ ଓ ସମାବେଶକୁ ଉପରେ ରୋକ୍ ଲାଗାଇଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *