ISIର ଟାର୍ଗେଟରେ ପଞ୍ଜାବ

(ଦ କୁଇଭର): ଆଇଏସଆଇର ଟାର୍ଗେଟରେ ପଞ୍ଜାବ । ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପଞ୍ଜାବରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଛି । ଗତ ମାସରେ ପଞ୍ଜାବ ସରକାର ଏବଂ ଗୃହ ମନ୍ତ୍ରାଳୟକୁ ଆଇବି ଦେଇଥିବା ଚିଠିରେ ଏହି ଆଶଙ୍କା କରାଯାଇଥିଲା । ପଞ୍ଜାବରେ ଆତଙ୍କବାଦୀମାନେ ଅଦାଲତ ଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ଏବଂ ପୁର୍ବରୁ ସେଠାରେ ବିସ୍ଫୋରଣ କରିବାରେ ମଧ୍ୟ ସଫଳ ହୋଇଥିଲେ । ନିକଟରେ ନଭେମ୍ବର ୨୧ ତାରିଖରେ ପଠାନକୋର୍ଟଠାରେ ଥିବା ସେନା ଶିବିର ନିକଟରେ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ । କିନ୍ତୁ ଏଥିରେ କେହି ଆହତ ହୋଇନଥିଲେ । ଏହି ଆକ୍ରମଣ ପଛରେ ଆଇଏସଆଇର ହାତ ଥିବା ସନ୍ଦେହ କରାଯାଉଛି ।

୧୫ ଅଗଷ୍ଟ ପରେ ୨୫ ଥରରୁ ଅଧିକ ଥର ଭାରତୀୟ ସୀମାରେ ଡ୍ରୋନ୍ ପ୍ରବେଶ କରିଛି । ଅନେକ ମାତ୍ରାରେ ଅସ୍ତ୍ରଶସ୍ତ୍ର, ହିରୋଇନ ଏବଂ ଟିଫିନ୍ ବୋମା ପଠାଯାଉଛି । ଏହାସହିତ ୧୧ଟି ଟିଫିନ୍ ବୋମା ମଧ୍ୟ ଜବତ କରାଯାଇଛି । ଆଇବି ଏବଂ କାଉଣ୍ଟର ଇଣ୍ଟେଲିଜେନ୍ସର ସର୍ବୋଚ୍ଚ ସରକାରୀ ସୂତ୍ର ଅନୁଯାୟୀ, ପଞ୍ଜାବରେ ଟିଫିନ ବୋମା ବିସ୍ଫୋରଣ ହେବାର ଆଶଙ୍କା ଅଧିକ, କାରଣ ବର୍ତ୍ତମାନ ସୁଦ୍ଧା ଅନେକ ଟିଫିନ ବୋମା ଉଦ୍ଧାର କରାଯାଇନାହିଁ ।

ସେହିପରି ଆଜନାଲା ଘଟଣାର ଲିଙ୍କ୍ ମଧ୍ୟ ଆତଙ୍କବାଦୀଙ୍କ ସହ ଥିବା ସୂଚନା ମିଳିଥିଲା । ଅଜନାଲାର ଶର୍ମା ଫିଲିଂ ଷ୍ଟେସନରେ ବିସ୍ଫୋରଣ ପରେ ପୋଲିସ ଏକ ଗାଁରୁ ୪ଜଣ ଯୁବକଙ୍କୁ ଗିରଫ କରିଥିଲା । ସେଥିମଧ୍ୟରୁ ଉଭୟ ରୁବାଲ ଏବଂ ଭିକି କାସୀମ ଏବଂ ପାକିସ୍ତାନରେ ବସିଥିବା ଆନ୍ତର୍ଜାତୀୟ ଶିଖ୍ ଯୁବ ଫେଡେରେଶନ ମୁଖ୍ୟ ଭାଇ ଲଖବୀର ସିଂ ରୋଡଙ୍କ ସହ ଯୋଗାଯୋଗରେ ଥିଲେ ।

କେବେ କେବେ ରଚାଯାଇଥିଲା ଷଡ଼ଯନ୍ତ୍ର:
୧୫ ଡିସେମ୍ବର ୨୦୧୮- ଲଗାତର ୪ଟି ବୋମା ବିସ୍ଫୋରଣରେ ଥରି ଉଠିଥିଲା ଜଳନ୍ଦରର ମାକସୁଦ୍ ପୋଲିସ ଷ୍ଟେସନ । ଏହି ବିସ୍ଫୋରଣରେ ଏସଏଚଓ ରଣମଦୀପ ସିଂ ଏବଂ ହେଡ କନେଷ୍ଟବଳ ପରମିନ୍ଦର ଜିତ୍ ସିଂ ଆହତ ହୋଇଥିଲେ । ଏହି ଆକ୍ରମଣରେ ଚାଇନାର ଗ୍ରେନେଡ ବ୍ୟବହାର କରାଯାଇଥିଲା ।
୮ ଅଗଷ୍ଟ ୨୦୨୧- କପୁରଥାଲାର ଫଗୁୱାରା ଠାରେ କିଛି ବୋମା ଓ ହେଣ୍ଡ ଗ୍ରେନେଡ ଜବତ କରିଛି ପୋଲିସ ।
୨୩ ସେପ୍ଟେମ୍ବର ୨୦୨୧– ତରନତାରନର ଭିକିୱିଣ୍ଡରେ ଟିଫିନ୍ ବୋମା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
୨୨ ନଭେଭ୍ୱର ୨୦୨୧- ପଠାନକୋଟ୍ ସାମରିକ ଅଂଚଳରେ ହ୍ୟାଣ୍ଡ ଗ୍ରେନେଡ ବିସ୍ଫୋରଣ ।
୧୯ ନଭେମ୍ବର ୨୦୨୧- ଫିରୋଜପୁର ପୋଲିସ ଶେଖୱା ଗାଁରେ ଥିବା ବନ ବିଭାଗ ଜମିରୁ ଟିଫିନ୍ ଭିତରେ ରଖାଯାଇଥିବା ହ୍ୟାଣ୍ଡ ଗ୍ରେନେଡ ଜବତ କରିଛି ।
୪ ନଭେମ୍ବର ୨୦୨୧- ଦୀପାବଳୀରେ ଇଣ୍ଡୋ-ପାକ୍ ସୀମାରେ ଥିବା ଜୁଗେ ୱାଲେ ନାମକ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଫିରୋଜପୁର ପୋଲିସ ଏକ ଟିଫିନ୍ ବୋମା ଉଦ୍ଧାର କରିଥିଲା ।
୧୪ ସେପ୍ଟେମ୍ବର ୨୦୨୧- ଦିଲ୍ଲୀରୁ ଗିରଫ କରାଯାଇଥିବା ୬ ଆତଙ୍କବାଦୀଙ୍କ ପଞ୍ଜାବ ଲିଙ୍କ୍ ମିଳିଥିଲା । ଯେଉଁଠାରୁ ସେମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସେମାନେ ଏଠାରୁ କରୁଥିଲେ ।
୨୦ ଅଗଷ୍ଟ ୨୦୨୧- ଅଜନାଲରେ ତେଲ ଟାଙ୍କି ତଳେ ଟିଫିନ ବୋମା ରଖି ବିସ୍ଫୋରଣ କରିବାକୁ ଉଦ୍ୟମ ।
୯ ଅଗଷ୍ଟ ୨୦୨୧- ଅମୃତସର ଏକ ଦଲିକ ଗାଁ ନିକଟରୁ ଟିଫିନ ବୋମା ସହିତ ଚାଇନା ହେଣ୍ଡ ଗ୍ରେନେଡ ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *