୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

(ଦ କୁଇଭର): ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ ହୋଇଛି । ୨୬୦ କୋଟି ବ୍ୟାୟରେ ଆଠମଲ୍ଲିକ, ମ.ରାମପୁର, ଚିତ୍ତାଳୋ, ଆଗଲପୁର ହେବ ଗ୍ରାଡ୍ ସବଷ୍ଟେସ. ୯୯ଟି ୧୧ କେଭି ଓ ୬୪ଟି ୩୩କେଭି ଲାଇନ୍ ୩ ବର୍ଷରେ କରାଯିବ । ଏହାସହ କଳାହାଣ୍ଡିର ସାନ୍ଦୁଲ ନଦୀରେ ବ୍ୟାରେଜ୍ ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ୨୯ଗାଁର ୫ହଜାର ହେକ୍ଟର ଜମିକୁ ପାଣି ଯିବ ଏବଂ ଅଢେଇ ବର୍ଷରେ କାମ ସରିବ ।

ଅନ୍ୟପଟେ ରେଗୁଲାର ହେବେ ଶିକ୍ଷା ସହାୟକ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ କ୍ୟାବିନେଟରେ ଗ୍ରହଣ କରାଯାଇଛି । ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକର ମାନ୍ୟତା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ମଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଶକ୍ତି, ଗଣଶିକ୍ଷା ବିଭାଗ, ଜଳ ସମ୍ପଦ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାସହ କଟକ ଏସସିବିର ସମ୍ପ୍ରସାରଣ ପାଇଁ ୮୮୮ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ମିଳିଛି । ଏଭଳି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *