Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବିବାଦରେ ଅଭିନେତ୍ରୀ ସନ୍ନି ଲିଓନ

(ଦ କୁଇଭର): ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ । ତାଙ୍କର ରିଲିଜ୍ ହୋଇଥିବା ନୂଆ ଆଲବମ୍ ‘ମଧୁବନମେ ରାଧିକା ନାଚେ’କୁ ନେଇ ସେ ଏବେ ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି । ଏହି ଗୀତ ମାଧ୍ୟମରେ ହିନ୍ଦୁଙ୍କ ଆବେଗ ଭାବାବେଗ ସହିତ କୁଠାରଘାତ ହୋଇଥିବା ଅଭିଯୋଗ ହେଉଛି । ତାଙ୍କର ଏହି ଆଲବମକୁ ନେଇ ଏକ ବିବାଦ ଘନେଇବାରେ ଲାଗିଛି । ଏହି ଗୀତକୁ ବ୍ୟାନ୍ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ମଥୁରାର ପୂଜକମାନେ ଏହି ଗୀତକୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି । ଏହି ଗୀତରେ ଅଶ୍ଳୀଳତା ଥିବାରୁ ଏହା ସେମାନଙ୍କ ହିନ୍ଦୁ ଭାବନାକୁ କୁଠାରଘାତ କରିଛି ବୋଲି ପୂଜକମାନେ ଅଭିଯୋଗ କରିଛନ୍ତି । ଯଦି ସରକାର ଏହାକୁ ବ୍ୟାନ୍ ନ କରିବେ ତେବେ ସେମାନେ କୋର୍ଟଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି ବୃନ୍ଦାବନର ଏକ ସନ୍ଥ । ଏହାସହିତ ସନ୍ନି ଯଦି ଏହି ଭିଡିଓକୁ ନେଇ କ୍ଷମା ନ ମାଗନ୍ତି କିମ୍ବା ଅଶ୍ଳିଳ ସିନକୁ ଆଲବମରୁ ବାଦ ନ ଦିଅନ୍ତି, ତେବେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ରାଧା କୃଷ୍ଣଙ୍କ ନୈସର୍ଗିକ ପ୍ରେମକୁ ଏହି ଗୀତରେ କୁତ୍ସିତ ଭାବେ ଦେଖାଯାଇଥିବାରୁ ଏହାକୁ ବ୍ୟାନ୍ କରିବାକୁ ବିଭିନ୍ନ ଆଡ଼ୁ ଦାବି ହେଉଛି ।

Exit mobile version