ଗ୍ରୀଷ୍ମରୁତୁରେ ପାଳନ କରାଯାଏ ଖ୍ରୀଷ୍ଟମାସ: କେଉଁଠି ଜାଣନ୍ତୁ ?

(ଦ କୁଇଭର): ଆସିଛି ଖ୍ରୀଷ୍ଟମାସ ବା ବଡ଼ ଦିନ । ସବୁଆଡ଼େ ପାଳନ ହେଉଛି ଖ୍ରୀଷ୍ଟମାସର ପର୍ବ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ପାଳିତ ହୁଏ ଏହି ଖ୍ରୀଷ୍ଟମାସ ପର୍ବ । ଏହି ଦିନ ଧରାବତରଣ କରିଥିଲେ ପ୍ରଭୁ ଯୀଶୁ । ଦୁନିଆରେ ସବୁଆଡ଼େ ଖୀଷ୍ଟମାସ ଦିବସ ପାଳନ କରାଯାଉଥିବା ବେଳେ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ଉପାୟରେ ପାଳନ କରାଯାଏ । ଏମିତି କିଛି ଦେଶ ଅଛି ଯେଉଁଠି ଖୀଷ୍ଟ୍ରମାସ ପର୍ବ ପାଳନର ପଦ୍ଧତି ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଦୁନିଆରେ ଏମିତି ୧୨ଟି ଦେଶ ଅଛି ଯେଉଁଠି ଭିନ୍ନ ଭିନ୍ନ ଉପାୟରେ ପାଳନ କରାଯାଏ ଖ୍ରୀଷ୍ଟମାସ ପର୍ବ ।

୧- ଅଷ୍ଟ୍ରେଲିଆରେ ଖୀଷ୍ଟମାସ
ଖ୍ରୀଷ୍ଟମାସ ଶୀତଦିନେ ପାଳନ କରାଯାଏ । କିନ୍ତୁ ଅଷ୍ଟ୍ରେଲିଆ ହେଉଛି ଏକମାତ୍ର ଦେଶ ଯେଉଁଠି ଗ୍ରୀଷ୍ମଦିନରେ ପାଳନ କରାଯାଏ ଖ୍ରୀଷ୍ଟମାସ । ସାନ୍ତା କ୍ଲଜ, ଶୀତଦିନେ ହରିଣରୁ ଲାଲ୍ ରଙ୍ଗର ପୋଷାକ ପିନ୍ଧି ଆସିଥାନ୍ତି । କିନ୍ତୁ ଗ୍ରୀଷ୍ମ ରୁତୁରେ ଅଷ୍ଟ୍ରେଲିଆର ନିଜର ପାରମ୍ପରିକ ପୋଷାକ ପିନ୍ଧି ହରିଣ ବଦଳରେ ୬ଟି କଙ୍ଗାରୁରେ ଆସନ୍ତି ।

୨- ସ୍ଲୋଭାକିଆରେ ଖ୍ରୀଷ୍ଟମାସ
ଲୋକମାନେ ସାଧାରଣତଃ ଖ୍ରୀଷ୍ଟମାସରେ ପିଠା ଖାଇଥାନ୍ତି, କିନ୍ତୁ ସ୍ଲୋଭାକିଆରେ ଖ୍ରୀଷ୍ଟମାସ ଦିନ ସ୍ୱତନ୍ତ୍ର ହାଲୱା ତିଆରି କରାଯାଏ । ଏହାକୁ ଲୋକ୍ସା ହାଲୱା କୁହାଯାଏ । ଏଠାକାର ପରମ୍ପରା ଅନୁଯାୟୀ, ପରିବାରର ବୃଦ୍ଧ ସଦସ୍ୟମାନେ ହାଲୱାର କିଛି ଅଂଶ ଛାତ ଉପରେ ପକାନ୍ତି । ପରେ ପରିବାରର ଅବଶିଷ୍ଟ ସଦସ୍ୟମାନେ ଏହାକୁ ଖାଆନ୍ତି ।

୩- ଅଷ୍ଟ୍ରିଆରେ ଖ୍ରୀଷ୍ଟମାସ
ଖ୍ରୀଷ୍ଟମାସ ଅବସରରେ, ସୁବର୍ଣ୍ଣ କେଶର ବାଳକମାନେ ଖ୍ରୀଷ୍ଟମାସର ଗଛକୁ ସଜାନ୍ତି । ସେମାନଙ୍କୁ ଖ୍ରୀଷ୍ଟ ଦୟାଳୁ କୁହାଯାଏ । ଏହି ପିଲାମାନେ ନବଜାତ ଯୀଶୁଙ୍କ ପ୍ରତୀକ ବୋଲି ଅଷ୍ଟ୍ରିଆରେ ବିଶ୍ୱାସ କରାଯାଏ ।

୪- ଆର୍ଜେଣ୍ଟିନାରେ ଖ୍ରୀଷ୍ଟମାସ
ଖ୍ରୀଷ୍ଟମାସ ଅବସରରେ ଏଠାରେ ଲୋକମାନେ କାଗଜ ଦୀପ ଜାଳନ୍ତି ଏବଂ ସନ୍ଧ୍ୟାରେ ଆକାଶରେ ଛାଡିଥାନ୍ତି । ଏହି କାଗଜ ପାରାଚ୍ୟୁଟ୍ ଗୁଡିକ ବେଲୁନ୍ ଆକୃତିର । ଯାହା ଦେହରେ ନିଆଁ ଲଗାଇ ଦେଇ ଆକାଶକୁ ଛାଡିଦିଅନ୍ତି । ଯାହା ରାତିରେ ବହୁତ ସୁନ୍ଦର ଦେଖାଯାଏ ।

୫- ଇଂଲଣ୍ଡରେ ଖ୍ରୀଷ୍ଟମାସ
ଖ୍ରୀଷ୍ଟମାସରେ ସବୁଠାରୁ ଅଧିକ ମଜା କରିଥାନ୍ତି ପିଲାମାନେ । କିନ୍ତୁ ଇଂଲଣ୍ଡରେ ଖ୍ରୀଷ୍ଟମାସର ପରମ୍ପରା ଟିକେ ଅଲଗା । ଏଠାରେ ପିଲାମାନଙ୍କୁ ମିଠା ବଦଳରେ କୋଇଲା ଦିଆଯାଏ ।

୬- ଗ୍ରୀସରେ ଖ୍ରୀଷ୍ଟମାସ
ଗ୍ରୀକ୍ ଲୋକମାନେ ଖ୍ରୀଷ୍ଟମାସକୁ ଭିନ୍ନ ଉପାୟରେ ପାଳନ କରିଥାନ୍ତି । ବିଶ୍ୱାସ କରାଯାଏ ଯେ, କଲିକନ୍ତଜାରୋଇ ନାମକ ଏକ ମନ୍ଦ ଗୋବଲିନ୍‌, ଯେଉଁମାନେ ଅଣ୍ଡରଗ୍ରାଉଣ୍ଡରେ ରହିଥାନ୍ତି । ଖ୍ରୀଷ୍ଟମାସ ଠାରୁ ୨୫ ଡିସେମ୍ବରରୁ ୬ ଜାନୁଆରୀ ପର୍ଯ୍ୟନ୍ତ ୧୨ ଦିନ ପୃଥିବୀକୁ ଆସନ୍ତି । ଲୋକମାନେ ଏହି ଦିନରେ ଥରେ କ୍ରସ ଓ ହୋଲି ବେସିଲକୁ ପବିତ୍ର ପାଣିରେ ଧୋଇ ଘରେ ସମାନ ପାଣି ଛିଞ୍ଚି ଦିଅନ୍ତି ।

୭- କାନାଡ଼ାରେ ଖ୍ରୀଷ୍ଟମାସ
କାନାଡ଼ାରେ ମଧ୍ୟ ଖ୍ରୀଷ୍ଟମାସ ବହୁ ଧୁମଧାମରେ ପାଳନ କରାଯାଏ । ବାସ୍ତବରେ ସାନ୍ତା କ୍ଲଜର ଘର ହେଉଛି କାନାଡ଼ା । ଏହି ଦିନ ଲୋକମାନେ ପୋଷ୍ଟ ମାଧ୍ୟମରେ ସାନ୍ତା କ୍ଳଜ ଘରକୁ ଚିଠି ପଠାନ୍ତି ।

୮- ଭେନେଜୁଏଲାରେ ଖ୍ରୀଷ୍ଟମାସ
ଭେନେଜୁଏଲାରେ ଖ୍ରୀଷ୍ଟମାସ ପାଳନ ନିଆରା ଢଙ୍ଗରେ କରାଯାଏ । ଭେନେଜୁଏଲାରେ ଅବସ୍ଥିତ କାରାକାସର ରାଜଧାନୀରେ ଲୋକମାନେ ରୋଲର ସ୍କେଟର୍ସ ମାଧ୍ୟମରେ ଚର୍ଚ୍ଚକୁ ଯାଇଥାନ୍ତି । ଏଥିପାଇଁ ରାତି ୮ଟାରୁ ରାସ୍ତା ଗୁଡ଼ିକ ଖାଲି କରିଦିଆଯାଏ ।

୯- ନରୱେରେ ଖ୍ରୀଷ୍ଟମାସ
ଖ୍ରୀଷ୍ଟମାସରେ ନରୱେ ସାନ୍ତା ରଙ୍ଗରେ ରଙ୍ଗିତ । ଏଠାରେ ସାନ୍ତା ପରି ଛୋଟ ଛୋଟ କଣ୍ଢେଇ ତିଆରି କରାଯାଏ, ଯାହାକୁ ନିସ୍ ବୋଲି କୁହାଯାଏ । ଏହାସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନରୱେକୁ ସାହାଯ୍ୟ କରିଥିବା ବ୍ରିଟେନକୁ ଧନ୍ୟବାଦ ଦେଇ ନରୱେରୁ ଏକ ବଡ଼ ଖ୍ରୀଷ୍ଟମାସ ଗଛ ଉପହାର ଦିଆଯାଇଥାଏ ।

୧୦- ଚେକ୍ ରିପବ୍ଲିକ୍‌
ଖ୍ରୀଷ୍ଟମାସ ସମ୍ବନ୍ଧରେ ଚେକ୍ ରିପବ୍ଲିକରେ ସ୍ୱତନ୍ତ୍ର ନିଜସ୍ୱ ବିଶ୍ୱାସ ରହିଛି । ଏଠାରେ ଅବିବାହିତ ମହିଳାମାନେ ବିବାହର ଇଚ୍ଛା ସହିତ ଖ୍ରୀଷ୍ଟମାସ ଦିନ କାନ୍ଧରେ ଜୋତା ଫୋପାଡି ଦିଅନ୍ତି । ଯଦି ଜୋତାର ଆଙ୍ଗୁଠି କବାଟ ଆଡ଼କୁ ଥାଏ, ତେବେ ବିଶ୍ୱାସ କରାଯାଏ ଯେ, ସେମାନେ ଶୀଘ୍ର ବିବାହ କରିବେ ।

୧୧- ବେଲଜିୟମରେ ଖ୍ରୀଷ୍ଟମାସ
ସାଧାରଣତଃ ଖ୍ରୀଷ୍ଟମାସରେ ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରାଯାଏ । କିନ୍ତୁ ବେଲଜିୟମରେ ଖ୍ରୀଷ୍ଟମାସ ଅବସରରେ ସ୍ୱତନ୍ତ୍ର ରୁଟି ପ୍ରସ୍ତୁତ କରାଯାଏ । ଏହି ରୁଟିକୁ ପିଟା କୁହାଯାଏ । ଏଠାରେ ପଇସା ରଖି ତିଆରି କରାଯାଏ । ଯେଉଁ ବ୍ୟକ୍ତି ପଇସା ପାଇଥାଏ, ସେ ଭାଗ୍ୟବାନ ବୋଲି ବିଶ୍ୱାସ କରାଯାଏ ।

୧୨- ସ୍ୱିଜରଲାଣ୍ଡରେ ଖ୍ରୀଷ୍ଟମାସ
ଖ୍ରୀଷ୍ଟମାସ ଦିନ ସ୍ୱିଜରଲାଣ୍ଡରେ ଏକ ବିରାଟ ଶୋଭାଯାତ୍ରା କରାଯାଏ । ଏହି ଶୋଭାଯାତ୍ରାରେ ଲୋକମାନେ ବେଲ୍ସ ପିନ୍ଧି ଅଠଶଗ୍ରହଣ କରନ୍ତି। ଏହା କରିବା ଦ୍ୱାରା ମନ୍ଦ ଆତ୍ମା ଦୂରେଇ ଯାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *