ପଞ୍ଚାୟତ ନିର୍ବାଚନ: ଅଠାକାଠିରେ ବିରୋଧୀ

(ଦ କୁଇଭର): ପଞ୍ଚାୟତ ନିର୍ବାଚନ ପାଇଁ ଏକ ପ୍ରକାର ବିଗୁଲ ବାଜି ଗଲାଣି । ସମସ୍ତେ ପ୍ରସ୍ତୁତ । ଗାଁ ଗଣ୍ଡାରେ ନେତାମାନେ ଯାଇ ଡେରା ପକାଇଲେଣି । ବିଜେଡି ଏଥର ଆଗୁଆ ତୟାର । ନିର୍ବାଚନରେ ଭୋଟ କିଣିବାକୁ ଅଫିସରି ମୁଣ୍ଡ ଲଗାଇ ଦେଇଛି । ଏମିତି ବାଜି ଖେଳିଛି ବିଜେଡି କଂଗ୍ରେସ ବା ବିଜେପି ମୁହଁ ଖୋଲି ପାରିବେ ନାହିଁ । ଦୁଇପଟିଆ ଧାର ଛୁରୀ ବିଜେପି ଓ କଂଗ୍ରେସ ପାଇଁ ସଜାଡ଼ି ଦେଇଛି । ବିଜେଡିର ସରକାରୀ ଭୋଟ କିଣା ରାଜନୀତିକୁ ବିରୋଧ କଲେ ବିରୋଧୀଙ୍କ ଭୋଟ କଟିବ, ବିରୋଧ ନକଲେ ବିଜେଡି ବାଜି ମାରିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସବୁଠୁ ତତ୍ପର ବିଜେଡି । ନିର୍ବାଚନ ପାଇଁ ୨୦୨୨ରେ ବିଧିବଧ ବିଜ୍ଞପ୍ତି ଆସିବ। ଏହା ପୂର୍ବରୁ ସପ୍ତାହରେ ଦୁଇ ଦୁଇଥର କ୍ୟାବିନେଟ ବୈଠକ ଡାକି ଭୋଟ କିଣା ରାଜନୀତି ଚଳାଇଛି । ଭୋଟ ବେଳେ ଆଉ ଏଥର ବିଜେଡି ଦଳୀୟ ପାଣ୍ଠି ଲୁଟାଇବ ନାହିଁ । ରାଜକୋଷରୁ ନେଇ କିଣିବ ବୋଲି ହୋଇଛି ରାଜନୀତି । ରାଜ୍ୟରେ ଲକ୍ଷାଧିକ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ହୋଇ ପାରୁନାହିଁ । ପ୍ରତି ବିପର‌୍ୟ୍ୟୟ ବେଳେ ଲୋକଙ୍କୁ ଘରୁ ବାହାର କରାଯାଉଛି । ଘର ନିର୍ମାଣ ଯୋଜନା ନକରି ଘର ଥିବା ଲୋକଙ୍କୁ ମରାମତି ପାଇଁ ୩ହଜାର ଦେବାକୁ ଘୋଷଣା କରିଛି । ୩ହଜାରରେ ଘର କିପରି ମରାମତି ହେବ ତାହା ତ ବଡ଼ ପ୍ରଶ୍ନ, ହେଲେ ସେ ପ୍ରଶ୍ନକୁ ନବୁଝି ଘର ମରାମତି ପାଇଁ ଟଙ୍କା ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

ସେହିପରି ଗରିବଙ୍କୁ(କାର୍ଡଧାରୀ) କୋଭିଡ ସହାୟତା ଆକାରରେ ୧ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ସରକାର । ୨୦୧୯ରୁ କୋଭିଡ ଚାଲିଛି, ବର୍ଷବର୍ଷରୁ ଆବାସ ଯୋଜନା ଘର ପଡ଼ିଛି, ହେଲେ ପଞ୍ଚାୟତ ନିର୍ବାଚନ ଆସିବା ପୂର୍ବରୁ ହଠାତ ସହାୟତା ଢ଼ାଳିଦେବା ସରକାରୀ ଧନରେ ଭୋଟ କିଣା ବୋଲି କହୁଛନ୍ତି ସମାଲୋଚକ ।

ଏହାକୁ ବିରୋଧୀ ବିରୋଧ କଲେ ଲୋକଙ୍କୁ ସରକାର ସହାୟତା ଦେଉଛନ୍ତି ବିରୋଧୀ ବିରୋଧ କରୁଛନ୍ତି ବୋଲି ପ୍ରଚାର କରିବ ବିଜେଡି, ଗାଁ ଗାଁରେ ବିରାଧୀଙ୍କୁ ଭୋଟ ବ୍ୟାଙ୍କ ବିଗିଡ଼ି ଯିବ । କୌଣସି ପ୍ରତିବାଦ ନକଲେ, ଭୋଟ ପୂର୍ବରୁ ସରକାରୀ ସହାୟତା ବାଣ୍ଟି ଭୋଟ ଦେବାକୁ ବାଧ୍ୟ କରିଦେବେ ବୋଲି କୁହାଯାଉଛି । ତେଣୁ ବିରୋଧୀ ଯାହା କଲେ ବି ବିଜେଡିର ଲାଭ ।

Leave a Reply

Your email address will not be published. Required fields are marked *