Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସଞ୍ଜୟ କାଳେ କହିଲେ ଶଙ୍ଖକୁ କବର ଦିଅ

ଭୁବନେଶ୍ୱର,(ଦ କୁଇଭର)୨୬/୧୨: ବିଜେଡିର ପ୍ରତିଷ୍ଠା ଦିବସରେ ଅସମ୍ଭବ କଥା ଦେଖା ଦେଇଛି । ବିଜେଡି ସମ୍ପାଦକ ତଥା ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହୁ କହୁ କହିଦେଲେ “ଶଙ୍ଖକୁ କବର ଦିଅ” । ତାହା ପୁଣି ଥରେ ନୁହେଁ ଏକାଧିକ ଥର କହିଛନ୍ତି । ଏକଥା ଏବେ ଭାଇରାଲ ହେଲାଣି ।

https://www.odia.od.thequiver.in/wp-content/uploads/2021/12/VID-20211226-WA0041.mp4
video

ବିଜେଡି ପ୍ରତିଷ୍ଠା ଦିବସ ସଭାରେ ବାବୁ ସଞ୍ଜୟ କର୍ମୀ ମାନଙ୍କୁ କହିଲେ, ସଞ୍ଜୟ ଦାସବର୍ମା ଆପଣ ମାନଙ୍କ ସହ ରହିଛି । ତୁମେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଶଙ୍ଖକୁ କବର ଦିଅ । ଏକଥା ଶୁଣି ଦଳ ଲୋକେ କହୁଥିଲେ, ବାବୁଙ୍କୁ ବିଜେପି ନିଶା ଘାରିଲାଣି । ଦଳ ଭିତରେ ଯେଉଁ କୋଣ ଠେସା ହୋଇଛନ୍ତି । ତେଣେ ଯାଜପୁରିଆ ନେତା ବବି ବାବୁ ତୃତୀୟ ମହଲା ଠାରୁ ଦୂରେଇ ରଖିଛନ୍ତି । ରାଗରେ ସଞ୍ଜ ବିଳିବିଳେଇ ହେଉଛନ୍ତି ।

କେହି କେହି ତ କହୁଛନ୍ତି, କାଳେ ସିଏ ବିଜେପି ଆଡ଼କୁ ପାଦ କାଢ଼ି ବସିଛନ୍ତି । ବିଜେଡିକୁ ସ୍ପ୍ଲିଟ କରି କିଛି ସମର୍ଥକଙ୍କୁ ଧରି ବିଜେପିକୁ ଡିଆଁ ମାରିବେ । ହେଲେ ଏକଥାକୁ ତାଙ୍କର ଅନ୍ତରଙ୍ଗମାନେ ଅସ୍ୱୀକାର କରୁଛନ୍ତି । ଏହା ବିରୋଧୀଙ୍କ ଚାଲ ବୋଲି କହୁଛନ୍ତି । ହେଲେ ଶଙ୍ଖକୁ ବୁଡ଼େଇ ଦିଅ ବୋଲି ପ୍ରସଙ୍ଗରେ ମୁହଁ ଚୁପ । ତାଙ୍କର ଏହି ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ତକ୍ରାଳ ମୂଳ ଲିଙ୍କକୁ ଉଡ଼ାଇ ଦିଆଗଲା । ଉଡ଼ିବା ପୂର୍ବରୁ ଯେତିକି ଡାଉନଲୋଡ଼ ହୋଇଥିଲା, ସେଥିରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି ସଞ୍ଜୟଙ୍କ ମନକଥା ।

Exit mobile version