ପାଇକ ଆନ୍ଦୋଳନର ଇତିହାସ ସମ୍ବନ୍ଧରେ ଲେଖି ଚମକିଲେ ଓଡ଼ିଆ ପୁଅ

(ଦ କୁଇଭର): ପାଇକ ଆନ୍ଦୋଳନର ଇତିହାସ ସମ୍ବନ୍ଧରେ ଲେଖି ଗୌରବ ହାସଲ କଲେ ଓଡିଆ ପୁଅ। ପିଏମ୍ ଯୁବା ମେଣ୍ଟରଶିପ୍ ଯୋଜନା ଅଧୀନରେ ଶ୍ରେଷ୍ଠ ଯୁବ ଲେଖକ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ପୁଅ ଓମ ପ୍ରିୟଦର୍ଶୀ ଛୋଟରାୟ। ଖୋର୍ଦ୍ଧା ପୁବୁସାହି ଗ୍ରାମର ଓମ୍ ପ୍ରିୟଦର୍ଶୀ ଛୋଟରାୟ। ଖୋର୍ଦ୍ଧା ପିଏନ କଲେଖରେ ସ୍ନାତକ ସମାପ୍ତ ପରେ ସେ ଏନଆଇଟି ରାଉରକେଲାରେ ପଢୁଥିଲେ। ଏବେ ସେ ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଗହଣରେ କାର୍ଯ୍ୟ କରୁଥିବା ସଙ୍ଗଠନ ଥିଙ୍କ ଇଣ୍ଡିଆର ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆ ଦାୟିତ୍ୱ ତୁଲାଉଛନ୍ତି।

ପାଇକ ଆନ୍ଦୋଳନର ଇତିହାସ ସମ୍ବନ୍ଧରେ ଲେଖି ସେ ଏହି ଗୌରବ ହାସଲ କରିଛନ୍ତି। ସାରା ଦେଶରୁ ତଥା ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କ ପକ୍ଷରୁ ୨୨ଟି ସାମ୍ବିଧାନିକ ଭାଷା ଓ ଇଂରାଜୀରେ ପାଖାପାଖି ୧୬ ହଜାର ଆବେଦନ ପ୍ରାପ୍ତ ହୋଇଥିଲା। ବିଶେଷଜ୍ଞମାନଙ୍କ ଏକାଧିକ ପ୍ୟାନେଲ ସମସ୍ତ ପୁସ୍ତକ ପ୍ରସ୍ତାବକୁ ପଢ଼ିଥିଲେ ଏବଂ ଏସବୁର ତ୍ରିସ୍ତରୀୟ ଯାଞ୍ଚ କରାଯାଇଥିଲା। ଭାରତର ବିଭିନ୍ନ ରାଜ୍ୟରୁ ଭାଗନେଇଥିବା ଶତାଧିକ ଯୁବକ ମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଚୟନ କରାଯାଇଥିବା ବେଳେ ଓମ୍ ୫୯ ତମ ସ୍ଥାନରେ ଅଛନ୍ତି। ଓମ୍ ଙ୍କ ଏହି ପୁସ୍ତକ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ହେବ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ କରାଯିବ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଖବରକାଗଜରେ ତାଙ୍କର ସ୍ତମ୍ବ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ହୋଇଆସୁଛି। ଓମଙ୍କର ଏହି ସଫଳତା ପରେ ଚାରିଆଡୁ ଓମଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଅନେକ ବୁଦ୍ଧିଜୀବୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *