Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନୂଆବର୍ଷରୁ ବଢିବ ଅଟୋ ଭଡ଼ା: କାହିଁକି ଜାଣନ୍ତୁ ?

(ଦ କୁଇଭର): ନୂଆବର୍ଷରୁ ବଢିବ ଅଟୋ ଭଡ଼ା । ଅର୍ଥାତ୍ ଜାନୁଆରୀ ୧ ତାରିଖରୁ ଅଟୋ ଭଡ଼ା ଉପରେ ଲାଗୁ ହେବ ଜିଏସଟି । ଅନଲାଇନ୍ ଅଟୋ ସେବା ଯଥା ଓଲା ଓ ଉବେର ପରି ଅଟୋ ଭଡ଼ା ଉପରେ ଜିଏସଟି ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହିପରି ନୂଆବର୍ଷ ଠାରୁ ଅନେକ ଜିନିଷ ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବାକୁ ଯାଉଛି । ବର୍ତ୍ତମାନ ଟିକସ ବାହାରେ ଥିବା କିଛି ସେବା ଓ ଜିନିଷ ଗୁଡ଼ିକ ମଧ୍ୟ ନୂଆବର୍ଷରୁ ଟିକସ ଅଧିନକୁ ଆସିବ । ଓଲା ଓ ଉବେର ଉପରେ ବ୍ୟବହାର କରୁଥିବା ଯାତ୍ରୀଙ୍କ ଏପରେ ଏହା ବହୁତ ପ୍ରଭାବ ପକାଇବ ।

ଜିଏସଟି ପରିଷଦର ପୂର୍ବ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ପୋଷାକ ଓ ଜୋତା ଉପରେ ମଧ୍ୟ ୫ରୁ ୧୨ ପ୍ରତିଶତ ଏବଂ ଅନଲାଇନ ଖାଦ୍ୟ ଅର୍ଡର ଉପରେ ମଧ୍ୟ ଏହି ଜିଏସଟି ଲାଗୁ ହେବ । ତେଣୁ ଅନଲାଇନରେ ବୁକ୍ ହୋଇଥିବା ଅଟୋ ଭଡ଼ା ଉପରେ ମଧ୍ୟ ଜିଏସଟି ଲାଗୁ ହେବ । କିନ୍ତୁ ଏହି ବର୍ଦ୍ଧିତ ଜିଏସଟି ସାଧାରଣ ଅଟୋ ଭଡା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

Exit mobile version