Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

“ଜିଓ”ର ନୂଆବର୍ଷ ଭେଟି: ଥରେ ରିଚାର୍ଜରେ ୩୩୬ ଦିନର ଭ୍ୟାଲିଡିଟି

(ଦ କୁଇଭର): ଗ୍ରାହକଙ୍କୁ ଜିଓ କମ୍ପାନୀର ନୂଆବର୍ଷ ଭେଟି । ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ତାର ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆବର୍ଷ ପାଇଁ ବେଷ୍ଟ ଅଫର । ନୂଆବର୍ଷ ଉପଲକ୍ଷେ ଜିଓ ଲଞ୍ଚ କରିବାକୁ ଯାଉଥିବା ନୂଆ ପ୍ରିପେଡ଼ ପ୍ଲାନ୍‌ର ନାଁ ହେଉଛି ‘ହାପି ନ୍ୟୁ ଇୟର’ । ଆସନ୍ତୁ ବିସ୍ତୁୃତ ଭାବେ ଜାଣିବା ଏହି ପ୍ଲାନ୍ ବିଷୟରେ ।

ଏହି ପ୍ଲାନର ଦାମ୍ ରହିଛି ୨୫୪୫ ଟଙ୍କା । ଗୋଟିଏ ଥର ରିଚାର୍ଜ କଲେ ଗ୍ରାହକଙ୍କୁ ମିଳିବ ୩୩୬ ଦିନର ଭ୍ୟାଲିଡିଟି । ଏହାସହ ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମଧ୍ୟ ମିଳିବ । ମାଗଣା କଲିଂର ସୁବିଧା ସହିତ ପାଇବେ ପ୍ରତିଦିନ ୧୦୦ ଏସଏମଏସର ସୁବିଧା । ଏହାଛଡ଼ା ସବୁଠାରୁ ଲାଭଦାୟକ ଖବର ହେଉଛି ଆପଣ ଯଦି ଏହି ପ୍ଲାନ ରିଚାର୍ଜ କରୁଛନ୍ତି, ତେବେ ଆପଣଙ୍କୁ ଟିଭି, ସିନେମା, କ୍ଲାଉଡ଼ ଓ ସିକ୍ୟୁରିଟି ସବସ୍କ୍ରିପସନ ମାଗଣାରେ ମିଳିବ । ଜିଓର ଏହି ଅଫର କମ୍ପାନୀର ଅଧିକାରୀ ୱେବସାଇଟ କିମ୍ବା ମୋବାଇଲ ଆପରେ ରିଚାର୍ଜ କରିପାରିବେ ।

Exit mobile version