ଲୁଧିଆନା କୋର୍ଟ ବିସ୍ଫୋରଣ: ମାଷ୍ଟରମାଇଣ୍ଡ ଗିରଫ

(ଦ କୁଇଭର): ଲୁଧିଆନା ଜିଲ୍ଲା କୋର୍ଟରେ ବିସ୍ଫୋରଣ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଗିରଫ । ଲୁଧିଆନା ଜିଲ୍ଲା କୋର୍ଟରେ ଡିସେମ୍ବର ୨୩ ତାରିଖ ଦିନ ଦ୍ୱିତୀୟ ମହଲା ସ୍ଥିତ ରେକର୍ଡ଼ ରୁମ୍ ନିକଟରେ ହୋଇଥିଲା ଭୟାବହ ବିସ୍ଫୋରଣ । ବିସ୍ଫୋରଣର ଭୟାବହତା ଏତେ ଅଧିକ ଥିଲା ଯେ, କୋର୍ଟ ପରିସରର ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା । କୋର୍ଟ କାର୍ଯ୍ୟ ଚାଲୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । କିନ୍ତୁ ଏପରି ଭୟାନକ ବିସ୍ଫୋରଣ ପଛରେ କାହାର ହାତ ଅଛି ତାହା ପ୍ରାଥମିକ ପର୍ଯ୍ୟାୟରେ ସଠିକ୍ ଭାବେ ଜଣାପଡ଼ିନଥିଲା ।

ବର୍ତ୍ତମାନ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜସବିନ୍ଦର ସିଂ ମୁଲତାନୀକୁ ଜର୍ମାନୀରୁ ଗିରଫ କରିଛି ପୋଲିସ । ସେ ‘ଶିଖ୍ ଫର ଜଷ୍ଟିସ’ର ଏକ ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି । ଗିରଫ ହେବା ପରେ ତାକୁ ଜର୍ମାନୀରେ ଅଧିକ ପଚରାଉଚରା ଚାଲିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜସବିନ୍ଦର ସିଂ ମୁଲତାନୀ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ବିସ୍ଫୋରଣ କରିବାକୁ ଯୋଜନା କରିଥିଲା । କିନ୍ତୁ ଜସବିନ୍ଦର ମୁମ୍ବାଇରେ ଥିବା ଖରବ ପାଇ ପଞ୍ଜାବ ପୋଲିସ କେନ୍ଦ୍ରୀୟ ଏଜେନ୍ସି ସହ ଯୋଗାଯୋଗ କରିଥିଲା । ପରେ ସ୍ୱତନ୍ତ୍ର ଅପରେଶନ ଆରମ୍ଭ କରି ତାକୁ ଗିରଫ କରାଯାଇଛି । ସେ ଭାରତର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା କରୁଥିବାର ମଧ୍ୟ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *