Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସୌରଭ ଗାଙ୍ଗୁଲିଙ୍କୁ କରୋନା: ହସ୍ପିଟାଲରେ ଭର୍ତ୍ତି

(ଦ କୁଇଭର): ସୌରଭ ଗାଙ୍ଗୁଲିଙ୍କୁ କରୋନା । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋମବାର ରାତିରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ୪୯ ବର୍ଷୀୟ ଗାଙ୍ଗୁଲି ଗୋଟିଏ ବର୍ଷରେ ୨ଥର ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି । ଏହାପୂର୍ବରୁ ଜାନୁଆରୀ ମାସରେ ହୃଦଘାତ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କରୋନାର ୨ଟି ଡୋଜ୍ ନେଇଥିଲେ ମଧ୍ୟ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଦେଶରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଗାଙ୍ଗୁଲିଙ୍କ ପଜିଟିଭ୍ ଏକ ଚିନ୍ତାଜନକ ବିଷୟ ।

ଗତ ସୋମବାର ସନ୍ଧ୍ୟାରେ ଗାଙ୍ଗୁଲି ତାଙ୍କର କରୋନା ଟେଷ୍ଟ କରାଇଥିଲେ । ଏବଂ ରାତିରେ ରିପୋର୍ଟ ଆସିବା ପରେ ତାଙ୍କର ପଜିଟିଭ୍ ଆସିଛି ବୋଲି ଜଣାପଡ଼ିଥିଲା । ବର୍ତ୍ତମାନ ତାଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ଏହି ରିପୋର୍ଟ ଆସିବା ପରେ ସେ କରୋନାର କେଉଁ ପ୍ରଜାତିର ସଂକ୍ରମିତ ହୋଇଛନ୍ତି, ତାହା ଜଣାପଡ଼ିବ । ପ୍ରାୟ ଏକବର୍ଷ ପୂର୍ବେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା । ତାଙ୍କ ଭାଇ ସ୍ନେହାଶିଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ସେତେବେଳେ ଗାଙ୍ଗୁଲିଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

Exit mobile version