ଉତ୍ତୋଳନ ବେଳେ ଛିଡ଼ିଗଲା କଂଗ୍ରେସ ପତାକା: ଦେଖନ୍ତୁ ଭିଡିଓ…

(ଦ କୁଇଭର): କଂଗ୍ରେସର ୧୩୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । କଂଗ୍ରେସର ପାର୍ଟି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ସମାରୋହର ଆୟୋଜନ କରାଯାଇଥିଲା । ଯେଉଁଥିରେ କଂଗ୍ରେସ କର୍ମୀଙ୍କ ସହିତ ଅନେକ ବଡ଼ ବଡ଼ ନେତା ମଦ୍‌ୟ ଅଠଶଗ୍ରହଣ କରିଥିଲେ । ଏହି ସମାରୋହରେ ଯେତେବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରୁଥିଲେ, ସେତେବେଳେ କଂଗ୍ରେସ ପତାକା ତଳେ ପଡିଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲଗାତର ଦୁଇଟି ଲୋକସଭା ନିର୍ବାଚନରେ ହାରି କଂଗ୍ରେସ ଆଞ୍ଚଳିକ ଦଳ ସାମ୍ନାରେ ପ୍ରଭାବହୀନ ହୋଇପଡିଛି । ତେଣୁ ଦଳକୁ ମଜବୁତ୍ କରିବା ପାଇଁ ଚେଷ୍ଟା କରୁଛି । ସ୍ଥାପନା ଦିବସ ଅବସରରେ ନେତା ଓ କର୍ମୀମାନେ ଧାରଣା-ପ୍ରଦର୍ଶନ ଏବଂ ଆନ୍ଦୋଳନର ରଣନୀତି ଉପରେ ଆଗକୁ ବଢିବା ପାଇଁ ସଂକଳ୍ପ ନେଇଛନ୍ତି । ଏହାସହ ବେକାରୀ ଏବଂ ସରକାରୀ କମ୍ପାନୀ ଗୁଡ଼ିକର ଘରୋଇକରଣ ପ୍ରସଙ୍ଗରେ କଂଗ୍ରେସ ବର୍ତ୍ତମାନ ହାଲ୍ଲାବୋଲ କରିବ ବୋଲି ସଂକଳ୍ପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *