ଖୁସି ଖବର: ଭାରତରେ ଆଉ ୨ଟି ଟିକାକୁ ଅନୁମତି

(ଦ କୁଇଭର): କୋରାନା ବିରୋଧରେ ଜାରି ରହିଛି ସଂଗ୍ରାମ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସବୁଠି ଭୟାବହତା ଦେଖାଦେଇଛି । ଏହାରି ଭିତରେ ଭାରତ ପାଇଁ ଆସିଛି ଏକ ଖୁସି ଖବର । କରୋନା ବିରୋଧୀ ଲଢେଇ ପାଇଁ ଭାରତରେ ଆଉ ୨ଟି ଟିକାକୁ ମିଳିଛି ଅନୁମତି । କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକାକୁ ମିଳିଛି ମଞ୍ଜୁରୀ । ଜରୁରୀକାଳୀନ ବ୍ୟବହାର ପାଇଁ ଏହି ୨ଟି ଟିକାକୁ ଅନୁମତି ମିଳିଛି । ଏହାସହ କୋଭିଡ ବିରୋଧୀ ଔଷଧ ମୋଲନୁପିରାଭିରକୁ ମଧ୍ୟ ଅନୁମତି ମିଳିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ।

ସାରା ଦେଶରେ ଓମିକ୍ରନକୁ ନେଇ ଚିନ୍ତା ବଢିଥିବା ବେଳେ ଏହା ଏକ ଖୁସି ଖବର ବୋଲି କହିପାରିବା । କାରଣ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ଆଜି ୬୦୦ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ୬୫୩ରେ ପହଞ୍ଚିଛି ମୋଟ୍ ସଂକ୍ରମିତଙ୍କ ସଂଖ୍ୟା । ଦିଲ୍ଲୀ ଓ ମହାରାଷ୍ଟ୍ରରୁ ସର୍ବାଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୧୬୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୧୬୫ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି । ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି।

Leave a Reply

Your email address will not be published. Required fields are marked *