ଓଡ଼ିଶାରୁ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

(ଦ କୁଇଭର): ରାଜ୍ୟରେ ବଢୁଛି ଓମିକ୍ରନ ଆତଙ୍କ । ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ପୁଣି ରାଜ୍ୟରୁ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।

ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମଧ୍ୟ ୮ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯେଉଁମାନେ ବିଦେଶରୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ନାବାଳିକା ଭଉଣୀ ଅଛନ୍ତି । କିଛି ଦିନ ତଳେ ସେମାନେ ନାଇଜେରିଆରୁ ଫେରିଥିଲେ । ପରେ ଜେନମ ସିକ୍ୱିଏନ୍ସିଂରୁ ସେମାନଙ୍କର ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଥିଲା । ନୂଆ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ଜଣଙ୍କ ୟୁଏଇରୁ ଫେରିଥଲେ । ସେ ୩୧ ବର୍ଷୀୟ ହୋଇଥିବା ବେଳେ ତାଙ୍କ ଘର କେନ୍ଦୁଝର ବୋଲି ଜଣାପଡ଼ିଛି ।

ନିକଟରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ ଗତ କିଛି ଦିନ ହେବ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହୋଇଥିବା ଓମିକ୍ରନ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ଜଗତସିଂହପୁରର ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *