ମାଞ୍ଜା ସୂତା ଦୋକାନୀଙ୍କୁ ବାନ୍ଧିଲ: ମଦ ଦୋକାନୀଙ୍କୁ କେବେ ?

(ଦ କୁଇଭର): ମୁଣ୍ଡ ନେଉଛି ମାଞ୍ଜା ସୂତା । ଗୁଡ଼ି ସୂତା ସହିତ କାଚ ଗୁଣ୍ଡ ମିଶାଇ ତିଆରି କରାଯାଇଥିବା ମାଞ୍ଜା ସୂତା ଦ୍ୱାରା ଚାଲିଯାଇଛି ଏକ ନୀରିହ ଜୀବନ । କଟକ ଜଗତପୁର ଅଞ୍ଚଳର ଜୟନ୍ତ ସାମଲ । ସ୍ତ୍ରୀକୁ ବାଇକରେ ବସାଇ ଯାଉଥିବା ସମୟରେ ବାଟରେ ଗୁଡ଼ି ସୂତାରେ ଜଗି ବସିଥିଲା ମୃତୁ୍ୟ । ମାଞ୍ଜା ସୂତା ବେକରେ ଲାଗି ଚାଲିଗଲା ଜୟନ୍ତଙ୍କ ଜୀବନ । ବେସାହାରା ହୋଇଗଲେ ଜୟନ୍ତଙ୍କ ପରିବାର । ପରିବାର ଆଖିରେ ଲୁହ କହିଲେ ନ ସରେ । କେବଳ କଟକ ନୁହେଁ ପୁରୀରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ବେକରେ ମାଞ୍ଜା ସୂତା ଲାଗି ଆହତ ହୋଇଥିଲେ ଜଣେ ଯୁବକ । ଏହି ଘଟଣା ପରେ ଯଦିଓ ପୋଲିସ ପ୍ରଶାସନର ନିଦ ଭାଙ୍ଗିଥିଲା । ଏବଂ ଯେଉଁ ସ୍ଥାନରେ ମାଞ୍ଜା ସୂତା ସବୁ ବିକ୍ରି ହେଉଥିଲା ସେ ସ୍ଥାନରେ ଚଢାଉ କରି ତାକୁ ଜବତ କରିଥିଲା ପୋଲିସ । ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଯଦି ମାଞ୍ଜା ସୂତା ଦ୍ୱାରା ଲୋକଙ୍କ ଜୀବନ ଯାଉଛି ଓ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ତେବେ ମଦ ଦ୍ୱାରା ରାଜ୍ୟରେ ଅନେକ ଲୋକଙ୍କ ଅକାଳରେ ମୃତୁ୍ୟ ହେଉଛି । କିନ୍ତୁ ମଦ ଦୋକାନୀଙ୍କ ଉପରେ କୌଣସସି କାର୍ଯ୍ୟାନୁଷ୍ଠାନ ନାହିଁ । କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ମଦ ଦେକାନୀଙ୍କୁ ସରକାର ଦେଉଛନ୍ତି ପୁରସ୍କାର । ଏପଟେ ମଦ ପିଇ ଅନେକ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି । ଅନେକ ମା’ କୋଳ ଖାଲି ହେଉଛି, ଭଉଣୀ ତା ଭାଇକୁ ହରାଉଛି, ଗୋଟେ ସ୍ତ୍ରୀ ତା ସ୍ୱାମୀକୁ ହରାଉଛି । ପିଲା ତାଙ୍କ ବାପାଙ୍କୁ ହରାଉଛନ୍ତି, ବେସାହାରା ହେଉଛନ୍ତି । କିନ୍ତୁ ସରକାର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁନାହାନ୍ତି ।

Leave a Reply

Your email address will not be published. Required fields are marked *