ବେଲଗାମ୍ ଓମିକ୍ରନ: ମୁମ୍ବାଇରେ ୧୪୪ ଧାରା

(ଦ କୁଇଭର): ସାରା ଦେଶରେ ବଢୁଛି ଓମିକ୍ରନ ଆତଙ୍କ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସବୁଠି ଭୟାନକ ପରିସ୍ଥିିତ । ବେଲଗାମ୍ ଭାବେ ବୃଦ୍ଧି ପାଇବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ମହାରାଷ୍ଟ୍ର ଏବଂ ଦିଳ୍ଲୀରେ ବେକାବୁ ସ୍ଥିତିରେ ପହଞ୍ଚିଲାଣି ଓମିକ୍ରନ । ପ୍ରତିଦିନ ଏଠାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ମୁମ୍ବାଇରେ ଓମିକ୍ରନକୁ ମାତ୍ ଦେବା ପାଇଁ ଲାଗୁ ହୋଇଛି ୧୪୪ ଧାରା ।

ଆଜି ଠାରୁ ମୁମ୍ବାଇ ସହରରେ ଲାଗୁ କରାଯାଇଛି ଏହି ୧୪୪ ଧାରା । ଏହା ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି କଟକଣାକୁ ଆଖି ଆଗରେ ରଖି ନୂଆବର୍ଷ ସେଲିବ୍ରେସନ, ପାର୍ଟିକୁ ବାରଣ କରାଯାଇଛି । ସେହିପରି ମୁମ୍ବାଇ ସହରରେ କୌଣସି ପ୍ରକାର ହୋଟେଲ, ବାର, ରେଷ୍ଟୁରାଣ୍ଟ, ପବ୍ ରିସୋର୍ଟ ଓ ବ୍ଳକ ଖୋଲିବାକୁ ବାରଣ କରାଯାଇଛି । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ କରାଯିବ । ମୁମ୍ବାଇ ପୋଲିସ ଅଧିନରେ ଆସୁଥିବା ସମସ୍ତ ଅଞ୍ଚଳରେ ଏହି କଯକଣା ବଳବତ୍ତର ରହିବ । ଏହି କଟକଣା ଯେଉଁମାନେ ଉଲଂଘନ କରିବେ ସେମାନଙ୍କୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ।

ମୁମ୍ବାଇରେ ସମୁଦାୟ ୮ହଜାର ୬୦ଜଣ ଆକ୍ଟିଭ୍ କେସ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି କେବଳ ୨୫୧୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାସହିତ ଗତ ୨୪ ଘଣ୍ଟାରେ ମୁମ୍ବାଇରେ ଜଣଙ୍କର ଜୀବନ ଯାଇଛି । ମହାରାଷ୍ଟ୍ରର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଆଦିତ୍ୟ ଠାକରେ ସକଂମଣକୁ ରୋକିବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ଏବ ବୈଠକ ଡାକିଥିଲେ । ସଂକ୍ରମଣକୁ ରୋକିବାକୁ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *