ନୂଆବର୍ଷରେ ଭୁବନେଶ୍ୱରରେ ସବୁ ଧର୍ମାନୁଷ୍ଠାନ ବନ୍ଦ

(ଦ କୁଇଭର): ସାରା ଦେଶରେ ବଢୁଛି ଓମିକ୍ରନ ଆତଙ୍କ । ଓଡ଼ିଶାରେ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୫ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ୩୧ ଡିସେମ୍ବରରୁ ୨ ଜାନୁଆରୀ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ । ଏନେଇ ବିଏମସି ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ନୂଆବର୍ଷା ଭିଡ଼କୁ ଏଡ଼ାଇବା ପାଇଁ ଏପରି ନିଷ୍ପତ୍ତି ନେଇଛି ବିଏମସି ।

ବିଶେଷକରି ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଦେଖିବାକୁ ମିଳିଥାଏ ପ୍ରବଳ ଭିଡ଼ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ୩ ଦିନ ପାଇଁ ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ସମସ୍ତ ମନ୍ଦିର, ଗୀର୍ଜା, ଚର୍ଚ୍ଚ, ଗୁରୁଦ୍ୱାର ଓ ମସଜିଦ୍ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଧର୍ମାନୁଷ୍ଠାନ ଭିତରେ ପୂର୍ବଭଳି ଚାଲିବ ନୀତିକାନ୍ତି । କିନ୍ତୁ ଭକ୍ତମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *