Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନୂଆ ରୂପରେ ସାମ୍ନାକୁ ଆସିଲେ କିମ୍ ଜଙ୍ଗ ଉନ୍‌

(ଦ କୁଇଭର): ଉତ୍ତର କୋରିଆର କ୍ରୁର ଶାସକ କିମ୍ ଜଙ୍ଗ ଉନ୍ । ସବୁବେଳେ ଅଜବ ନିୟମ ତିଆରି ଓ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସେ ଚର୍ଚ୍ଚାରେ ଥାଆନ୍ତି । କିମ୍ ଜଙ୍ଗ ଉନ୍ କିଛି ଦିନ ତଳେ ଲୋକଙ୍କୁ ହସିବା, କାନ୍ଦିବା ଓ ସପିଂ ଏବଂ ମଦ୍ୟପାଦ କରିବା ଉପରେ ବାରଣ କରିଥିଲେ । ଏହାର କାରଣ ଥିଲା ପିତା କିମ୍ ଜଙ୍ଗ ଇଲଙ୍କ ଥିଲା ଦଶମ ବାର୍ଷିକ । ଅର୍ଥାତ୍ ତାଙ୍କ ପିତାଙ୍କ ମୃତ୍ୟୁର ୧୦ ବର୍ଷ ପରେ ସେଠାରେ ଥିବା ଲୋକଙ୍କ ଉପରେ ଏହି ନିଷେଧାଦେଶ ଲଗାଯାଇଥିଲା ।

କିନ୍ତୁ ହଠାତ୍ କିମ୍ ଜଙ୍ଗ ଉନ୍ ସାମ୍ନାକୁ ଆସିଲେ ଓ ସମସ୍ତଙ୍କୁ ଚକିତ କରିଦେଲେ । ନିକଟରେ ତାଙ୍କର ଏକ ପାର୍ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠି ତାଙ୍କୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ଯେଉଁଥିରେ ସେ ବହୁତ ପତଳା ଓ ବହୁ ଓଜନ ହ୍ରାସ କରିଛନ୍ତି । ଉତ୍ତର କୋରିଆର କୋରିଆ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଫଟୋରେ ଏପରି ଦେଖାଯାଉଛନ୍ତି କିମ୍ ଜଙ୍ଗ ଉନ୍ । ତାଙ୍କ ଚେହେରା ସମ୍ପୂର୍ଣ୍ଣ ବଦଳି ଯାଇଛି । ସେ ବହୁତ ପତଳା ହୋଇଯାଇଥିବା ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ତାଙ୍କ ଓଜନ ପ୍ରାୟ ୪୦ ପାଉଣ୍ଡ କମି ଯାଇଛି ।

ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶରେ ଖାଦ୍ୟ ସଙ୍କଟ ଦେଖାଯାଉଥିବାରୁ ସେ ଖାଦ୍ୟ କମ୍ ଖାଉଛନ୍ତି । ପୂର୍ବରୁ ମଧ୍ୟ ସେ ଦେଶରେ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ କମ୍ ଖାଇବାକୁ ନାଗରିକମାନଙ୍କୁ ନିବେଦନ କରିଥିଲେ । ତେଣୁ ସେ କିଛି ଦିନ ହେବ କୁଆଡ଼େ ଦେଖିବାକୁ ମିଳୁନଥିଲେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଯେତେବେଳେ ସେ ପାର୍ଟି ମିଟିଂରେ ଉପସ୍ଥିତ ହୋଇଥିଲେ, ସେତେବେଳେ ସମସ୍ତଙ୍କ ଦାବି ଭୂଲ ପ୍ରମାଣିତ ହୋଇଥିଲା । ଅନ୍ୟପଟେ ଉତ୍ତର କୋରିଆ କିଛି ବର୍ଷ ହେବ ଖାଦ୍ୟ ଅଭାବ ସହ ସଂଘର୍ଷ କରୁଛି ।

Exit mobile version