WHOର ସତର୍କବାଣୀ: କମ୍ ଟିକାକରଣ ତୃତୀୟ ଲହରର କାରଣ !

(ଦ କୁଇଭର): ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି ଓମିକ୍ରନ । କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ସବୁ ଦେଶ ବର୍ତ୍ତମାନ ଚିନ୍ତିତ । ଓମିକ୍ରନକୁ କିଭଳି ଭାବେ ମାତ୍ ଦେଇପାରିବେ, ସେ ନେଇ ସବୁ ଦେଶ ଏବେ ଆରମ୍ଭ କରିଦେଇଛନ୍ତି ରଣକୌଶଳ । ତେବେ ଏହି ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି ଓ କହିଛି, କମ୍ ଟିକାକରଣ ପାଇଁ ଆଜି ସାରା ବିଶ୍ୱରେ ଏଭଳି ସ୍ଥିତି ଉପୁଜିଛି ।

ୟୁରୋପ ଓ ଆମେରିକାରେ ଏହା ବିସ୍ଫୋରକ ସ୍ଥିତିରେ ପହଞ୍ଚିଲାଣି । ଏହାକୁ ନେଇ ଡବ୍ଲୁଏଚଓର ମୁଖ୍ୟ ଟ୍ରେଡସ୍ ଆଡାନୋମ୍ ଗେବ୍ରେଏସ କହିଛନ୍ତି, ବିଶ୍ୱରେ ଟିକାକରଣ ଧିମା ଗତିରେ ଚାଲିଛି । ଏବଂ ସେ କହିଛନ୍ତି ଏହାକୁ ତୀବ୍ରତର କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ୧୯୪ଟି ଦେଶରୁ ୯୨ଟି ଦେଶ ସେମାନଙ୍କ ଜନସଂଖ୍ୟାର ୬୦ ପ୍ରତିଶତ ଲୋକଙ୍କୁ ଟୀକାକରଣ କରିବାରେ ସଫଳ ହୋଇଛନ୍ତି । ଏବଂ ୪୦ ପ୍ରତିଶତ ଟିକାକରଣ ଏବେ ମଧ୍ୟ ବାକି ଅଛି ।

ତେଣୁ ନୂଆବର୍ଷରେ ସମସ୍ତ ଦେଶ ଟିକାକରଣକୁ ସମ୍ପୂର୍ଣ୍ଣ କରିବାକୁ ସଙ୍କଳ୍ପ ନେବାକୁ ଅନୁରୋଧ କରିଛନ୍ତି । ଜୁଲାଇ ସୁଦ୍ଧା ସମସ୍ତ ଦେଶ ୭୦ ପ୍ରତିଶତ ଟିକାକରଣ ନ କଲେ ଏହା ଭୟଙ୍କର ରୂପ ନେବ ବୋଲି ଡବ୍ଲୁଏଚଓର ମୁଖ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *