Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୧୦୦୦ ଟପିଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା

(ଦ କୁଇଭର): ଦେଶରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ଓମିକ୍ରନ । ଆଜି ସାରା ଦେଶରେ ୧୦୦୦ ପାର୍ କରିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରୁ ସର୍ବାଧିକ ୪୫୦ ଓ ଦିଳ୍ଲୀରୁ ୩୨୦ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଯଦିଓ ଓମିକ୍ରନ ଭାରିଆଣ୍ଟ ସେତେଟା ଭୟଙ୍କର ନୁହେଁ । କିନ୍ତୁ ଏହା ଖୁବ୍ ଖୀପ୍ର ଗତିରେ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହୁଛି । ଏଯାବତ ଦେଶରେ ମୋଟ୍ ୩୭୪ ଜଣ ଓମିକ୍ରନ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି ।

Exit mobile version