ଦାୟିତ୍ୱ ନେଲେ ନୂଆ ପୋଲିସ ଡିଜି ସୁନୀଲ ବଂଶଲ

(ଦ କୁଇଭର): ଦାୟିତ୍ୱ ନେଲେ ଓଡ଼ିଶାର ନୂଆ ପୋଲିସ ଡିଜି । ପୋଲିସ ଡିଜି ଅଭୟଙ୍କ ଅବସର ପରେ ସୁନୀଲ ବଂଶଲ ଏହି ଦାୟିତ୍ୱ ଆଜି ଗ୍ରହଣ କରିଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି ନୂଆ ଡିଜିପି ସୁନୀଲ ବଂଶଲ । ବିଦାୟୀ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ବଂଶଲ । ୧୯୮୭ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ । ଏହି ଅବସରରେ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ ବଂଶଲ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ପୂର୍ବରୁ ସେ ଓଡ଼ିଶାରେ ମଧ୍ୟ କାମ କରିସାରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ତାଙ୍କ ପାଇଁ ମୁଖ୍ୟ ଲକ୍ଷ ରହିବ ।

Leave a Reply

Your email address will not be published. Required fields are marked *