ନୂଆବର୍ଷ ପାଳନର ନିଆରା ପରମ୍ପରା: ଏହି ଦେଶରେ ଏପରି ପାଳନ କରନ୍ତି ନୂଆବର୍ଷ

(ଦ କୁଇଭର): ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବଦଳିବ କ୍ୟାଲେଣ୍ଡର । ୨୦୨୨କୁ ସ୍ୱାଗତ କରିବେ ବିଶ୍ୱ ବାସୀ । ପୁରୁଣା ବର୍ଷର ସବୁ ଘଟଣା, ଦୁର୍ଘଟଣା ଏବଂ ସ୍ମୃତିକୁ ପଛରେ ପକାଇ ନୂତନ ଆଶା, ଆକାଂକ୍ଷାକୁ ନେଇ ନୂଆବର୍ଷକୁ ସ୍ୱାଗତ କରିବେ ସବୁ ଲୋକେ । ଭିନ୍ନ ଭିନ୍ନ ଲୋକମାନେ ଭିନ୍ନ ଭିନ୍ନ ଉପାୟରେ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । ଏପରିକି ଭିନ୍ନ ଭିନ୍ନ ଦେଶରେ ମଧ୍ୟ ଭିନ୍ନ ଭିନ୍ନ ଉପାୟରେ ନୂଆବର୍ଷ ସେଲିବ୍ରେସନ କରିଥାନ୍ତି । ଆସନ୍ତୁ ଜାଣିବା କେଉଁ ଦେଶ କିଭଳି ନୂଆବର୍ଷକୁ ସ୍ୱାଗତ କରିଥାନ୍ତି ।

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଉପାୟରେ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । କେଉଁଠି ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି ତ ଆଉ କେଉଁଠି ବାଜା ବଜାଇ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । କିନ୍ତୁ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବ୍ରାଜିଲରେ ଏକ ନିଆରା ପରମ୍ପରା ରହିଛି । ନୂଆବର୍ଷ ଦିନ ଲୋକମାନେ ଘରେ ଡାଲି ଖାଇଥାନ୍ତି । ଡ଼ାଲି ଖାଇବା ଦ୍ୱାରା ଘରେ ସମୃଦ୍ଧତା ଆସିଥାଏ ବୋଲି ବିଶ୍ୱାସ ରହିଛି ।

ସେହିପରି ଜାପାନର ଲୋକମାନେ ନୂଆବର୍ଷ ଅବସରରେ ଘଣ୍ଟି ବଜାଇଥାନ୍ତି । ଏହି ଦିନ ଲୋକମାନେ ୧୦୮ଥର ଘଣ୍ଡି ବଜାନ୍ତି । ୧୦୮ ଥର ଘଣ୍ଟି ବଜାଇଲେ ଶୁଭ ବୋଲି ବିଶ୍ୱାସ ରହିଛି । ଅନ୍ୟପଟେ ଆଫ୍ରିକାର ଜୋହାନ୍ସବର୍ଗରେ ଯେଉଁ ଜିନିଷ ପତ୍ର ଗୁଡ଼ିକ ସେମାନଙ୍କର ଆବଶ୍ୟକ ନଥାଏ, ସେ ସବୁକୁ ଫିଙ୍ଗି ସେଠାରେ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । ଏହିଦିନ ଲୋକମାନେ ପୁରୁଣା ଆସବା ପତ୍ର ଗୁଡ଼ିକୁ ବାହାରେ ଫିଙ୍ଗି ଦିଅନ୍ତି । ଏହା ଦ୍ୱାରା ନୂଆ ବର୍ଷ ଭଲ ହେବ ବୋଲି ସେଠାକାର ଲୋକଙ୍କ ପାଖରେ ବିଶ୍ୱାସ ରହିଛି । ସେହିପରି ସ୍ପେନରେ ୧୨ଟା ବାଜିବା ମାତ୍ର ଲୋକମାନେ ୧୨ଟି ଅଙ୍ଗୁର ଖାଇ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି । ୧୨ଟି ଅଙ୍ଗୁର ଖାଇଲେ ଆଗାମୀ ୧୨ ମାସ ସେମାନେ ଭାଗ୍ୟବାନ ହେବେ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *