୩ରୁ ହିଁ ସ୍କୁଲ ଯିବେ ପ୍ରଥମ-ପଞ୍ଚମ ଶ୍ରେଣୀ ପିଲା: ସ୍ପଷ୍ଟ କଲେ ମନ୍ତ୍ରୀ

(ଦ କୁଇଭର): ଦୂର ହେଲା ଦ୍ୱନ୍ଦ । ଆସନ୍ତା ଜାନୁଆରୀ ୩ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା । ସ୍କୁଲ ଖୋଲିବା ନେଇ ଗତ କିଛି ଦିନ ହେବ ଯେଉଁ ଦ୍ୱନ୍ଦ ଲାଗି ରହିଥିଲା ତାହା ଆଜି ସ୍ପଷ୍ଟ ହୋଇଛି । ଆସନ୍ତା ୩ ତାରିଖରୁ ସମସ୍ତ ପ୍ରାଥମିକ ସ୍କୁଲ ଖୋଲାଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗତ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗତ ୨୮ ତାରିଖରେ ଘୋଷଣା କରିଥିଲେ ବିଭାଗୀୟ ମନ୍ତ୍ରୀ ।

ସାରା ରାଜ୍ୟରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଉଥିବାରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ ଉପୁଜିଥିଲା । ସ୍କୁଲ ଖୋଲିବା ନିଷ୍ପତି ବଦଳିପାରେ ବୋଲି ପୂର୍ବରୁ ଡିଏମଇଟି ସୂଚନା ଦେଇଥିଲେ । ତେବେ ଆଜି ଏହି ଦ୍ୱନ୍ଦ ଦୂର କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହାସହିତ ସେ କହିଛନ୍ତି ଜିଲ୍ଲାକୁ ଜିଲ୍ଲା ନୋଡାଲ ଅଫିସରମାନେ ବୁଲୁଛନ୍ତି । ବିଭାଗୀୟ ସଚିବ ସମସ୍ତ ଡିଇଓ ଓ ବିଇଓଙ୍କ ସହିତ ବୈଠକ କରୁଛନ୍ତି । ଯେଉଁମାନେ ଚାହିଁବେ ଅନଲାଇନରେ କ୍ଲାସ କରିପାରିବେ ।

କରୋନା ସଂକ୍ରମଣ ପାଇଁ ଦୀର୍ଘ ୨ବର୍ଷ ହେବ ବନ୍ଦ ଥିଲା ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଗାଇଡ଼ଲାଇନ ଜାରି କରାଯାଇଛି । ସମସ୍ତେ ସାମାଜିକ ଦୂରତା ପାଳନ କରିବେ । ପିଲାଙ୍କୁ ଯଥାସମ୍ଭବ ଗହଳିରୁ ଦୂରେଇ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ୨୦୨୨ରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବ ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *