ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ

(ଦ କୁଇଭର): ଶିକ୍ଷକ ଓ ଅଣ ଶିକ୍ଷକମାନଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ରାଜ୍ୟର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକମାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏଥିରେ ୨୬ ହଜାରରୁ ଅଧିକ ଶିକ୍ଷକ ଓ ଅଣ-ଶିକ୍ଷକ ଉପକୃତ ହେବେ । ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ କରାଯିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୧୨୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଏହାଛଡ଼ା କ୍ୟାବିନେଟ୍ ବୈଠକରେ ମୋଟ୍ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ ମହାନଗର ନିଗମରେ ରହୁଥିବା ବସ୍ତି ବାସିନ୍ଧାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ । ଏହାଦ୍ୱାରା ୩୩୮ଟି ବସ୍ତିର ଲୋକ ଉପକୃତ ହେବେ । ଏହି ଯୋଜାନା ଦ୍ୱାରା ୧ ଲକ୍ଷ ୯୦ ହଜାର ପରିବାରର ୮ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ । ଏନେଇ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *