ଆଜିଠୁ ୩ ଦିନ ଜଗା ଦର୍ଶନ ମନା

(ଦ କୁଇଭର): ଆଜିଠୁ ୩ ଦିନ ଯାଏ ଜଗା ଦର୍ଶନ ମନା । ନୂଆବର୍ଷରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ବର୍ଷ ଶେଷ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଅସନ୍ତାକାଲି ନୂଆବର୍ଷ ଏବଂ ୨ ତାରିଖ ରବିବାର ପଡ଼ୁଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ତେଣୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ଅପ୍ୟପଟେ ଜାନୁଆରୀ ୩ ତାରିଖ ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ନୂଆ ଏସଓପି ସମ୍ପର୍କରେ ଆଲୋଚନା ହେବ । କିନ୍ତୁ ଏହି ୩ ଦିନ ସେମାୟତଙ୍କ ଦ୍ୱାରା ଯଥାବିଧି ଶ୍ରୀଜୀଉଙ୍କର ସମସ୍ତ ନୀତିକାନ୍ତି କରାଯିବ । ଏନେଇ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Leave a Reply

Your email address will not be published. Required fields are marked *