ଓଡ଼ିଶାରେ ଓମିକ୍ରନ ଆତଙ୍କ: ପୁଣି ୨୩ ସଂକ୍ରମିତ ଚିହ୍ନଟ

(ଦ କୁଇଭର): ଓଡ଼ିଶାରେ ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ଆତଙ୍କ । ଧୀରେ ଧୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ତାର କାୟା ମେଲାଇ ଚାଲିଛି । ଆଜି ଓଡ଼ିଶାରୁ ପୁଣି ଚିହ୍ନଟ ହେଲେ ସର୍ବାଧିକ ୨୩ ଓମିକ୍ରନ ଆକ୍ରାନ୍ତ । ଏନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ତେବେ ଆଗରୁ ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ଛୁଇଁଛି ।

ତେବେ ଆଜି ଚିହ୍ନଟ ହୋଇଥିବା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସଂକ୍ରମିକଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବାହାର ରାଜ୍ୟ କିମ୍ବା ଦେଶରୁ ଥିବାବେଳେ, ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ତେବେ ସେମାନଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସନାହିଁ । ପୂର୍ବରୁ ମଧ୍ୟ ଓଡ଼ିଶାରୁ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *