କାବୁଲକୁ ଟିକା ପଠାଇଲା ଭାରତ

(ଦ କୁଇଭର): ପୁଣି ଭାରତ ଦେଖାଇଲା ମାନବିକତା । ପୁଣିଥରେ ଆଫଗାନିସ୍ତାନକୁ ସହାଯ୍ୟ କଲା ଭାରତ । ଆଫଗାନିସ୍ତାନରେ କରୋନା ଔଷଧ, ଟିକା ଆଦି ଅତ୍ୟାବଶ୍ୟକ ଜିନିଷର ଘୋର ଅଭାବ ଥିଲା । ତେଣୁ ମାନବିକତା ଦୃଷ୍ଟିକୋଣରୁ ଆଫଗାନିସ୍ତାନକୁ କରୋନା ଔଷଧ, ଟିକା ସମେତ ଅନ୍ୟାନ୍ୟ ଆବଶ୍ୟକିୟ ଔଷଧ ଭାରତ ସରକାରଙ୍କ ତରଫରୁ ପଠାଯାଇଛି । ଭାରତରୁ ୫ଲକ୍ଷ କୋଭାକ୍ସିନ୍ ଟିକା ଆଫଗାନିସ୍ତାନର କାବୁଲକୁ ପଠାଯାଇଛି ।

ଅନ୍ୟପଟେ, ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନକୁ ଖାଦ୍ୟ ସାମଗ୍ରୀ ପଠାଇବା ପାଇଁ ଭାରତ ପାକିସ୍ତାନ ସହ ମଧ୍ୟ ଆଲୋଚନା କରୁଛି । କାରଣ ପାକିସ୍ତାନ ଦେଇ ଟ୍ରକ ଯୋଗୁଁ ଏହି ସବୁ ଖାଦ୍ୟ ପଦାର୍ଥକୁ ପଠାଇବାକୁ ଭାରତ ଚାହୁଁଛି । ପ୍ରଥମେ ଏଥିପାଇଁ ପାକିସ୍ତାନ ରାଜି ହୋଇଥିଲା। ହେଲେ ପରେ ଏଥିରୁ ଓହରିଯାଇଥିଲା । ପୁଣି ଏହି ପ୍ରସଙ୍ଗରେ ଏବେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେଉଥିବାର ସୂଚନା ମିଳିଛି । ତାଲିବାନ କବଜା ପରେ ଆଫଗାନିସ୍ତାନରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଏପରିକି ଲୋକମାନେ ବଜାରରେ ନିଜର ଘର ସାମଗ୍ରୀ ବିକି ଦେଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ତିତିରେ ଭାରତ ମାନବିକତା ଦୃଷ୍ଟିରୁ ଆଫଗାନିସ୍ତାନକୁ ବଢାଇଛି ସହାୟତାର ହାତ ।

Leave a Reply

Your email address will not be published. Required fields are marked *