Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବଦଳିଲା ସ୍କୁଲ ଖୋଲିବା ନିଷ୍ପତି: ଆସନ୍ତାକାଲିଠୁ ଖୋଲିବନି ସ୍କୁଲ

(ଦ କୁଇଭର): ବଦଳିଲା ସ୍କୁଲ ଖୋଲିବା ନିଷ୍ପତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତାକାଲି ଖୋଲିବାକୁ ଥିବା ସ୍କୁଲ ନିଷ୍ପତିକୁ ବଦଳାଇଛନ୍ତି ସରକାର । ଆସନ୍ତାକାଲିଠୁ ଖୋଲିବନି ସ୍କୁଲ । ସାରା ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବାରୁ ଏହି ନିଷ୍ପତିକୁ ବଦଳାଇଛନ୍ତି ସରକାର । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତା ବଢିଯାଇଛି । ତେଣୁ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।

ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଖୋଲିବାକୁ ଥିଲା ପ୍ରାଥମିକ ସ୍କୁଲ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୨୩ ହଜାର ସ୍କୁଲ ଖୋଲିବାକୁ ଥିଲା । ଏବଂ ପରେ ବାକି ୩ହଜାର ୯୩ ବିଦ୍ୟାଳୟ ୧୦ ତାରିଖରୁ ଖୋଲିବାର ଥିଲା । ଅନ୍ୟପଟେ ଜାନୁଆରୀ ୫ରୁ ୮ ତାରିଖ ମଧ୍ୟରେ ଦଶମ ଶ୍ରେଣୀ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସମେଟିଭ୍‌-୦୧ ପରୀକ୍ଷା ହେବ । ତେଣୁ କୋଭିଡ ଗାଇଡଲାଇନକୁ ପାଳନ କରି ସମସ୍ତ ପରୀକ୍ଷା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Exit mobile version