ସରକାରୀ ଅଫିସରେ ବାୟୋମେଟ୍ରିକ୍ ବନ୍ଦ

(ଦ କୁଇଭର): ସାରା ଦେଶରେ ବଢୁଛି ଓମିକ୍ରନ ଆତଙ୍କ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାନକୁ ବନ୍ଦ କରାଯାଇଛି । ଦେଶରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସାରା ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖୁବଶୀଘ୍ର ତୃତୀୟ ଲହର ମଧ୍ୟ ଆସିବାର ସମ୍ଭାବନା କରାଯାଉଛି । ତେଣୁ ସମସ୍ତ ସରକାରୀ ଅଫିସରେ ବାୟୋମେଟ୍ରିକରେ ଉପସ୍ଥାନ ପକାଇଲେ ତାହା ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର ।

Leave a Reply

Your email address will not be published. Required fields are marked *