ଅଦା ଭିତରେ ପ୍ଲାଷ୍ଟିକ୍

(ଦ କୁଇଭର): ଅଦାରେ ପ୍ଲାଷ୍ଟିକ୍ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସତ । ଆପଣ ଖାଉଥିବା ଅଦାରେ ମିଶୁଛି ପ୍ଲାଷ୍ଟିକ୍ । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବଜାରରେ । ଅନୁଗୋଳ ବଜାରରେ ଜଣେ ଅଦା କିଣିବା ବେଳେ ଅଦା ଭିତରେ ଏକ ପ୍ଲାଷ୍ଟିକ୍ ଥିବାର ଦେଖିବାକୁ ମିଳିଥିଲା । ଏହାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ ।

ପୂର୍ବରୁ ଆମେ ଦେଖିଛନ୍ତି ଅଦରକାରୀ ପ୍ଲାଷ୍ଟିକ୍ ସବୁ ମାଟିରେ ମିଶିବା ଦ୍ୱାରା ମାଟି ପ୍ରଦୂଷିତ ହୋଇଥାଏ । ଯାହା ଆମର ଶରୀର ଉପରେ ପ୍ରଭାବ ପକାଇଥାଏ । ଦିନକୁ ଦିନ ଏହି ପ୍ଲାଷ୍ଟିକ୍ ଆମ ଖାଦ୍ୟ ପ୍ରଣାଳୀରେ ବ୍ୟାଘାତ ସୃଷ୍ଟି କରିବାରେ ଲାଗିଛି । କିନ୍ତୁ ଏବେ ଏହା ଖାଦ୍ୟ ଭିତରେ ମଧ୍ୟ ପ୍ରବେଶ କରିବାକୁ ଆରମ୍ଭ କଲାଣି । ଯେପରି ଏହି ଅଦା ଭିତରେ ପ୍ଲାଷ୍ଟିକ୍ ପଶିବାର ଉଦାହରଣ ଅନୁଗୋଳରେ ଦେଖିବାକୁ ମିଳିଛି । ଆମେ ଯାହା ଦୈନନ୍ଦିନ ପ୍ଲଷ୍ଟିକ୍ ସବୁ ଅଦରକାରୀ ଭାବି ବାହାରେ ଫୋପାଡି ଦିଅନ୍ତି, କିନ୍ତୁ ତାହା ନଷ୍ଟ ହେବା ପରିବର୍ତ୍ତେ ମାଟି ତଳ ଫଳୁଥିବା ଖାଦ୍ୟ ମାଧ୍ୟମରେ ଏହା ଆମ ଶରୀରରେ ହିଁ ପ୍ରବେଶ କରିଥାଏ ।

ଶରୀର ଉପରେ ପ୍ଲାଷ୍ଟିକର ପ୍ରଭାବ:
ପ୍ଲାଷ୍ଟିକ ଉତ୍ପାଦନରେ ବ୍ୟବହୃତ ରାସାୟନିକ ପଦାର୍ଥ ବିଷାକ୍ତ ଏବଂ ମାନବ ଶରୀର ପାଇଁ କ୍ଷତିକାରକ । ପ୍ଲାଷ୍ଟିକ ପରି ସୀସା, କ୍ୟାଡମିୟମ ଏବଂ ମର୍କୁରିରେ ରାସାୟନିକ ପଦାର୍ଥ ସିଧାସଳଖ ମଣିଷଙ୍କ ସଂସ୍ପର୍ଶରେ ଆସିପାରେ । ଏହି ବିଷାକ୍ତ ପଦାର୍ଥ କର୍କଟ, ଜନ୍ମଗତ ଅକ୍ଷମତା, ପ୍ରତିରକ୍ଷା ପ୍ରଣାଳୀ ସମସ୍ୟା ଏବଂ ପିଲାମାନଙ୍କ ବିକାଶରେ ସମସ୍ୟା ସୃଷ୍ଟି କରିପାରେ ।

ପ୍ଲାଷ୍ଟିକ୍ ଆମ ଶରୀରରେ ଖାଦ୍ୟ ଦ୍ୱାରା ପ୍ରବେଶ କରିବା ଫଳରେ ଆମ ଶରୀରରେ ଶ୍ୱାସରୋଗ, ଫୁସଫୁସରେ କର୍କଟ, ଯକୃତ ନଷ୍ଟ, ସ୍ନାୟୁ ଓ ମସ୍ତିସ୍କ ଆଦି ନଷ୍ଟ ଏବଂ ବିଭିନ୍ନ ପ୍ରକାର କିଡନୀ ରୋଗ ଦେଖିବାକୁ ମିଳିଥାଏ । ତେଣୁ ଯଥାସମ୍ଭବ ଆମେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା । ଏହାଦ୍ୱାରା ଆମେ ସୁସ୍ଥ ରହିବା ସହିତ ଆମ ପରିବେଶକୁ ସୁସ୍ଥ ରଖିବା ।

Leave a Reply

Your email address will not be published. Required fields are marked *