ଖୁସି ଖବର: ୫୦% ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

(ଦ କୁଇଭର): କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଖୁସି ଖବର । ଶିକ୍ଷକମାନଙ୍କୁ ନୂଆବର୍ଷ ଭେଟି ଦେଲେ ସରକାର । ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଦରମା ବଢାଇଛନ୍ତି ରାଜ୍ୟ ସରକାର । କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଦରମା ୨୦୨୨ ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ । ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭,୪୦୦ ଟଙ୍କା ଥିବାବେଳେ ଏହା ୧୪ ହଜାରକୁ ବୃଦ୍ଧି ପାଇବ । ସେହିପରି କନିଷ୍ଠ ଶିକ୍ଷକଙ୍କ ଦରମା ୯,୮୦୦ ଟଙ୍କା ଥିବାବେଳେ ତାହା ବଢି ୧୩, ୮୦୦ଟଙ୍କା ବୃଦ୍ଧି ପାଇଛି ।

ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ମୋଟ୍ ୩୩ ହଜାର ୩୮ ଶିକ୍ଷକ ଉପକୃତ ହେବେ । ଏମାନଙ୍କ ମଧ୍ୟରେ ୧୯,୭୧୪ କନିଷ୍ଠ ଶିକ୍ଷକ ଥିବାବେଳେ ୧୩, ୩୨୪ ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ଅଛନ୍ତି । ଏମାନଙ୍କର ଦରମା ବର୍ତ୍ତମାନ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *