୧୯୧ରୁ ୧୨୫ ଯାତ୍ରୀ କରୋନା ପଜିଟିଭ୍: କେଉଁଠି ଜାଣନ୍ତୁ?

(ଦ କୁଇଭର): କରୋନା ଆଣିଲା ବିମାନ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ସତ । ଇଟାଲୀରୁ ଅମୃତସରକୁ ଆସିଥିବା ଏୟାରଇଣ୍ଡିଆ ବିମାନରେ ୧୯୧ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏୟାରଇଣ୍ଡିଆର ଏହି ବିମାନଟି ଇଟାଲିରୁ ପଞ୍ଜାବର ଅମୃତସରକୁ ଆସିଥିଲା । ବିମାନବନ୍ଦରରେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ତେଣୁ ସେଠାରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହା ହେଉଛି ପ୍ରଥମ ଘଟଣା, ଯେଉଁଠି ଏତେ ସଂଖ୍ୟକ ଯାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏୟାରପୋର୍ଟର ଡାଇରେକ୍ଟର କହିଛନ୍ତି ଯେ, ଏୟାରପୋର୍ଟରେ ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେଠାରେ ୧୨୫ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି, ତେଣୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *