କୋଭାକ୍ସିନ ପରେ ଛୋଟପିଲାଙ୍କୁ ପାରାସିଟାମଲ୍ ମନା

(ଦ କୁଇଭର): କୋଭାକ୍ସିନ୍ ନେବା ପରେ ପାରାସିଟାମଲ୍ ଖାଇବା ମନା । ଏପରି ନିର୍ଦ୍ଦେଶନାମା ଜାରି କରିଛି ଭାରତ ବାୟୋଟେକ୍ । କୋଭାକ୍ସିନ୍ ଟିକା ନେବା ପରେ ପାରାସିଟାମଲ ବା ପେନ୍ କ୍ଲିୟର ବଟିକା ଖାଇବାର କୌଣସି ଆବଶ୍ୟକତା ନାହିଁ ।

କୋଭାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଛି ଯେ, କେନ୍ଦ୍ରର ପାରାସିଟାମଲ ଟିକା ଛୋଟପିଲାଙ୍କୁ ଦେବାକୁ କୁହାଯାଇଛି । କିନ୍ତୁ ଏହା ସଠିକ୍ ନୁହେଁ ଡାକ୍ତରଙ୍କ ପରାମର୍ଶ ନେଇ ଖାଇପାରିବେ । ଆମେ କିଛି ଯାଗାରେ ଦେଖୁଛୁ ଯେ, ଅନେକ ଟିକାଦାନ କେନ୍ଦ୍ରରେ ଛୋଟପିଲାଙ୍କୁ କୋଭାକ୍ସିନ ସହିତ ୫୦୦ ମିଲିଗ୍ରାମର ପାରାସିଟାମଲ୍ ଔଷଧ ଖାଇବାକୁ କୁହାଯାଉଛି । କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ । କମ୍ପାନୀ ତରଫରୁ ୩୦ହଜାର ଲୋକଙ୍କ ଉପରେ ଏହାର ଟ୍ରାଏଲ ସରିଛି ।

Leave a Reply

Your email address will not be published. Required fields are marked *