ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା

(ଦ କୁଇଭର): ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏନେଇ ସେ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ।

ସେ ଗତକାଲି ଲକ୍ଷଣ ବିହୀନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଛନ୍ତି । ତେବେ ଯେଉଁମାନେ ସେମାନଙ୍କ ସହ ୩ ଦିନ ଭିତରେ ମିଶିଛନ୍ତି, ସେମାନେ କୋଭିଡ଼ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *