ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା SPG କ’ଣ ?

(ଦ କୁଇଭର): ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଙ୍ଘାତିକ ତ୍ରୁଟି ଦେଖାଦେବା ପରେ ଏବେ ସାରା ଦେଶରେ ରାଜନୀତି ସରଗରମ ହୋଇଛି । ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସରକାର । ଗତ ୫ ତାରିଖ ଦିନ ପଞ୍ଜାବ ଗସ୍ତରେ ଯାଉଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ସେଠାରେ ମୋଦିଙ୍କ କାରକେଡ୍ କୁ ପ୍ରଦର୍ଶନକାରୀମାନେ ୧୫ରୁ ୨୦ ମିନିଟ୍ ଅଟକାଇ ଦେଇଥିଲେ । ପରେ ଏସପିଜି ସୁରକ୍ଷା ବଳୟରେ ପ୍ରଧାନମନ୍ତ୍ରୀ ଭାଟିଣ୍ଡା ଏୟାରପୋର୍ଟକୁ ଫେରିଆସିଥିଲେ । ତେବେ ଆସନ୍ତୁ ଜାଣିବା ଏସପିଜି କେବେ ଆସିଲା ଏବଂ ଏସପିଜି ଆଇନ କ’ଣ?

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସ୍କ୍ୱାର୍ଡଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ବା ଏସପିଜି କୁହାଯାଏ । ଏହାକୁ ଏସପିଜି ଆକ୍ଟରେ ଏକ ସଶସ୍ତ୍ର ବାହିନୀ ଭାବେ ବର୍ଣ୍ଣନା କରାଯାଇଛି । ୧୯୮୮ରେ ଏସପିଜି ଆକ୍ଟ ଅଧିନିୟମ ଆରମ୍ଭ ହେଲା । ଏହା କ୍ୟାବିନେଟ୍ ସଚିବାଳୟ ଅଧୀନରେ କାର୍ଯ୍ୟ କରେ । ଭାରତର ପ୍ରଧାନମନ୍ତ୍ରୀ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଥାଏ ।

ସଡ଼କ, ରେଳ, ବିମାନ କିମ୍ବା ଜାହାଜ କିମ୍ବା ପାଦରେ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ପୂର୍ବ-ପ୍ରଧାନମନ୍ତ୍ରୀଙ୍କୁ ଚର୍ତୁଃପାଶ୍ୱର୍ରୁ ସୁରକ୍ଷା ଦେଇଥାଏ ଏସପିଜି । ସୁରକ୍ଷା ଗାର୍ଡ଼ଙ୍କ ମଧ୍ୟରେ ଭିନ୍ନ ଭିନ୍ନ ବିଭାଗରେ ବିଭକ୍ତ ହୋଇଥାନ୍ତି । ଏଥିରେ ରାଉଣ୍ଡ ଦଳ, ବିଚ୍ଛିନ୍ନ କର୍ଡନ ଭଳି ଦଳ ଅନ୍ତର୍ଭୁକ୍ତ ଅଟେ । ଉଦାହରଣ ସ୍ୱରୂପ, ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଥିଲେ । ଏବଂ ସେଠାରେ ସେ ଏୟାପୋର୍ଟରୁ ଖରାପ ପାଗ ହେତୁ ସଡ଼କପଥରେ ଗଲେ । ସେହି ସମୟରେ ଏସପିଜି ନିୟମ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସହିତ ରାଉଣ୍ଡ ଦଳ ଏବଂ ବିଚ୍ଛିନ୍ନ କର୍ଡନ ଦଳ ତାଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ।

କେନ୍ଦ୍ର ସରକାରଙ୍କ ଅଧିନରେ ଏସପିଜି
ଏସପିଜି ନିୟମ ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ । ଏସପିଜିର ଅଧିକାରୀମାନଙ୍କୁ କେନ୍ଦ୍ର ସାରକାରଙ୍କ ଦ୍ୱାରା ନିଯୁକ୍ତ କରାଯିବ ।

ଏସପିଜିକୁ ରାଜ୍ୟ ସରକାର ସହାୟତା କରିବା ବାଧ୍ୟତାମୂଳକ
ଏସପିଜି ଆକ୍ଟରେ କୁହାଯାଇଛି ଯେ, ଦରକାର ପଡ଼ିଲେ ରାଜ୍ୟ ଗୁଡ଼ିକ ଏସପିଜିକୁ ସହାୟତା କରିବେ । ଏହା ମଧ୍ୟ କୁହାଯାଇଛି ଯେ, କେନ୍ଦ୍ର ସରକାର, ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ପ୍ରଦେଶର ସମସ୍ତ ମନ୍ତ୍ରାଳୟ, ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏସପିଜିକୁ ସହଯୋଗ କରିବା ହେଉଛି ସେମାନଙ୍କର କର୍ତ୍ତବ୍ୟ ।

Leave a Reply

Your email address will not be published. Required fields are marked *