Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଘୋଷଣା ହେଲା ୫ ରାଜ୍ୟର ନିର୍ବାଚନ ତାରିଖ

(ଦ କୁଇଭର): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଘୋଷଣା ହେଲା ୫ ରାଜ୍ୟର ନିର୍ବାଚନ ତାରିଖ । ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ୫ଟି ରାଜ୍ୟରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ।

ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟି, ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ଉତ୍ତରପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଓ ୨୦ରେ ତୃତୀୟ ପର୍ଯ୍ୟାୟ ଓ ୨୩ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ । ଏବଂ ମାର୍ଚ୍ଚ ୩ରେ ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବ । ସେହିପରି ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ଏହି ରାଜ୍ୟରେ ଫେବୃଆରୀ ୧୪ରେ ହେବ ନିର୍ବାଚନ । ଏବଂ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ଭୋଟ୍ । ମଣିପୁରରେ ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ମତଦାନ ହେବ । ମାର୍ଚ୍ଚ ୭ରେ ମତଦାନ ଶେଷ ହେବାକୁ ଥିବା ବେଳେ ୧୦ରେ ହେବ ଭୋଟ୍ ଗଣତି ।
ଏହି ୫ ରାଜ୍ୟର ୬୯୦ ଆସନରେ ହେବ ମତଦାନ । ୨୯.୪ ଲକ୍ଷ ନୂଆ ମତଦାତା ଭୋଟ୍ ଦେବେ । ୧୮.୩ କୋଟି ଭୋଟର ନିଜୟ ଭୋଟ୍ ଦେବେ । ଅନ୍ୟପଟେ ୨ ଲକ୍ଷ ୧୫ ହଜାରରୁ ଅଧିକ ପୋଲିଂ ବୁଥରେ ହେବ ମତଦାନ । ଏହାସହ ସବୁ ପୁଲିଂ ବୁଥରେ କରୋନା କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯିବ ଓ ସବୁ ବୁଥରେ ହ୍ୱିଲ୍ ଚେୟାର ରହିବ ।

ଏନେଇ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଏହାସହ ସେ କହିଛନ୍ତି, ଗୋଆ ଓ ମଣିପୁର ପ୍ରାର୍ଥୀ ପ୍ରଚାରରେ ସର୍ବାଧିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବର ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ‘ସୁବିଧା’ ଆପ୍ ଦ୍ୱାରା ରାଜନୈତିକ ଦଳ ସଭା କରିବା ପାଇଁ ଆବେଦନ କରିପାରିବେ ।

Exit mobile version