ରାଜଧାନୀର ଆଉ ୧୧ ସ୍ଥାନ କଣ୍ଟେନମେଣ୍ଟ ଘୋଷଣା

(ଦ କୁଇଭର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ୩ ଦିନ ମଧ୍ୟରେ ବିଏମସି ୨୫ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିସାରିଲାଣି । ଆଜି ପୁଣି ୧୧ଟି ସ୍ଥାପକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଭୁବନେଶ୍ୱର ମହାନଗର ନିଗମ ନର୍ଥ ଜୋନରେ ୪ଟି ଓ ଦକ୍ଷିଣ-ପୂର୍ବ ଜୋନରେ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ବୁଦ୍ଧ ପାର୍କ ନିକଟ ୧୪ ନମ୍ବର ୱାର୍ଡ଼ର ଜେ-୨୦୮ ପ୍ଲଟ୍ ଓ ନିଳାଦ୍ରୀ ବିହାରର ପ୍ଲଟ୍ ନମ୍ବରଏସ୫/୧୬୬ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅନ୍ୟପଟେ ସତ୍ୟ ବିହାର ୧୮ ନମ୍ବର ୱାର୍ଡ଼ର ପ୍ଲଟ୍ ନମ୍ବର୧୦୯୪ ଓ ଗଜପତି ନଗର ଶିବ ପ୍ଲାଜା ଫ୍ଲାଟ୍ ୧୦୩କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନର୍ଥ ଜେନର ଡେପୁଟି କମିଶନର ମହେନ୍ଦ୍ର କୁମାର ବଢେଇ ।

ସେହିପରି ଦକ୍ଷିଣ-ପୂର୍ବ ଜୋନର ୭ଟି ସ୍ଥାନରେ ଲାଗିଛି କଣ୍ଟେନମେଣ୍ଟ । ବମିଖାଲର ପ୍ଲଟ୍ ନମ୍ବର ୨୨୩/୧୭୫୨, ସହୀଦ ନଗରର ପ୍ଲଟ୍ ନମ୍ବର ୨୦ ଓ ୨୧, ଖାରବେଳ ନଗର ପ୍ଲଟ୍ ନମ୍ବର ୯, ବଡ଼ଗଡ଼ ପତିତପାବନ ନଗର ଲେନ୍-୧, କେନାଲ ରୋଡ଼ ପ୍ଲଟ୍ ନମ୍ବର-୧୧୬୪/୮୫୮୮, ଟଙ୍କପାଣି ରୋଡ଼ ରତ୍ନ ନିବାସ ୧୯-ବି, ଓଲ୍ଡ ଟାଉନ ଅଖରପୁରୀ ହାଉସିଂ ବୋର୍ଡ଼ ପ୍ଲଟ୍ ନମ୍ବର ୧୪, ଓଲ୍ଡ ଟାଉନ୍ ଗଙ୍ଗା ଯମୁନା ରୋଡ଼ ପ୍ଲଟ୍ ନମ୍ବର ୩୩୧୪/୪୭୩୬କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ରାଜଧାନୀର ଏହି ସବୁ ଅଂଚଳରେ ସଂକ୍ରମଣ ବଢୁଥିବାରୁ ବିଏମସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟେନମେଣ୍ଟ ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଅଂଚଳର ଲୋକମାନଙ୍କୁ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *