ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ବଦଳିଲେ ପଞ୍ଜାବ ଡିଜିପି

(ଦ କୁଇଭର): ବଦଳିଲେ ପଞ୍ଜାବ ଡିଜିପି । ବୀରେଶ କୁମାର ଭାୱରା ହେଲେ ପଞ୍ଜାବର ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ । ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେବା ପରେ ବିବାଦରେ ଥିଲେ ପଞ୍ଜାବ ଡିଜିପି । ଆଜି ତାଙ୍କ ପରିବର୍ତ୍ତେ ନୂଆ ଡିଜିପିଙ୍କୁ ନିଯୁକ୍ତ କରାଯାଇଛି । ୟୁପିଏସସିର ସୁପାରିସ କ୍ରମେ ବୀରେଶ କୁମାର ଭାୱରା ହୋଇଛନ୍ତି ପଞ୍ଜାବର ନୂଆ ଡିଜିପି ।

ଭରୱା ୧୯୮୭ ବ୍ୟାଚ୍ ଆଇପିଏସ ଅଫିସର । ସେ ପୂର୍ବରୁ ଭିଜିଲାନ୍ସ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ନେଇ ୩ ଆଇପିଏସଙ୍କ ନାଁ ସୁପାରିସ କରିଥିଲା ଓପିଏସସି । ପରେ ବୀରେଶ କୁମାର ଭାୱରାଙ୍କୁ ଡିଜିପିଭାବେ ନିଯୁକ୍ତି ମିଳିଛି ।

Leave a Reply

Your email address will not be published. Required fields are marked *