Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଓଡ଼ିଶାରେ ଓମିକ୍ରନ ଆତଙ୍କ: ୧୦୦ ପାର୍ କଲା ଓମିକ୍ରନ ମାମଲା

(ଦ କୁଇଭର): ଚିନ୍ତା ବଢାଉଛି ଓମିକ୍ରନ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦ୍ରୁତ ଗତିରେ ମାତିବାରେ ଲାଗିଲାଣି । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଆଉ ୨୮ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୦୦ ଟପିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ।

ଅନ୍ୟପଟେ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ଗ୍ରାଫ୍ ବଢୁଥିବା ବେଳେ ଆସିଛି ଆଶ୍ୱସ୍ତିକର ଖବର । ଆଉ ୮ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ।

Exit mobile version