ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍: ଜାଣନ୍ତୁ କେଉଁମାନେ କିପରି ନେବେ ଟିକା?

(ଦ କୁଇଭର): ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ୍ । ରାଜ୍ୟର ସମସ୍ତ କରୋନା ଯୋଦ୍ଧା, ଯେପରି ସ୍ୱାସ୍ଥ୍ୟକର୍ମୀ, ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ ଏହି ଡୋଜ୍ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକାରକରଣ ଚାଲୁ ଥିବାରୁ ବୁଷ୍ଟର ଡୋଜ୍ ପାଇଁ ପୃଥକ ପୃଥକ ଟିକାକରଣ କେନ୍ଦ୍ର ଖୋଲାଯାଇଛି ।

ବୁଷ୍ଟର ଡୋଜ୍ ପାଇଁ କିଛି ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଯେଉଁ ବ୍ୟକ୍ତିମାନେ ଦ୍ୱିତୀୟ ଡୋଜ୍ ନେବାର ୩୯ ସପ୍ତାହ ହୋଇଥିବ ସେମାନଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯିବ । ରାଜ୍ୟର ୬୦ ବର୍ଷରୁ ଉଦ୍ଧ୍ୱର୍ ପ୍ରାୟ ୬୦ ଲକ୍ଷ ୩୭ ହଜାର ଲୋକ ଏହି ବୁଷ୍ଟର ଡୋଜ୍ ନେବାକୁ ଥିବା ବେଳେ ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି । କିନ୍ତୁ ଗାଇଡଲାଇନ ଅନୁଯାୟୀ, ବୁଷ୍ଟର ଡୋଜ୍ ପାଇଁ ଆଉ ରେଜିଷ୍ଟେସନ କରିବାକୁ ପଡ଼ିବ ନାହିଁ, କେବଳ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ ।

ତେବେ ପୂର୍ବରୁ ଯେଉଁ ଟିକା ନେଇଥିବେ ସେମାନଙ୍କୁ ସେହି ଟିକା ବୁଷ୍ଟର ଡୋଜ୍ ହିସାବରେ ଦିଆଯିବ । କୌଣସି ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍ ନେଇପାରିବେ । ତୃତୀୟ ଡୋଜ୍ ନେବା ପରେ ଅନଲାଇନରେ ସେମାନଙ୍କ ପାଇଁ ସାର୍ଟିଫିକେଟ୍ ମିଳିବ । ଭୋଟର ପରିଚୟ ପତ୍ର, ଆଧାର କାର୍ଡ଼, ପାନ୍ କାର୍ଡ଼ ଓ ଡ୍ରାଇଭିଂ ଲାଇସେନ୍ସ ଦେଖାଇ ଟିକାଦାନ କେନ୍ଦ୍ରରେ ଟିକା ନେଇପାରିବେ ।

Leave a Reply

Your email address will not be published. Required fields are marked *