ପଞ୍ଚାୟତ ନିର୍ବାଚନ କରିବାକୁ ବିଜେଡିର ଏତେ ଜିଦି କାହିଁକି ?

(ଦ କୁଇଭର): ପଞ୍ଚାୟତ-ପାର୍ଟି-ପଲିଟିକ୍ସ । ପଞ୍ଚାୟତ ନିର୍ବାଚନକୁ ନେଇ ବିରୋଧୀଙ୍କ ନା, ବିଜେଡିର ହଁ । ସର୍ବଦଳୀୟ ବୈଠକରେ ପଞ୍ଚାୟତ ନିର୍ବାଚନ ହେବା ନେଇ ଦାବି କରିଛି ବିଜୁ ଜନତା ଦଳ । ତୁରନ୍ତ ହେଉ ପଞ୍ଚାୟତ ନିର୍ବାଚନ । ସାରା ରାଜ୍ୟରେ କୋଭିଡ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳ ବିଜେଡିକୁ ଛାଡ଼ି ଅନ୍ୟ ସବୁ ଦଳ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । କିନ୍ତୁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଛି ଶାସକ ବିଜେଡି । ପଞ୍ଜାୟତ ନିର୍ବାଚନକୁ ନେଇ ସର୍ବଦଳୀୟ ବୈଠକରେ ଏପରି ଦାବି କରିଛି ବିଜେଡି ।

ପଞ୍ଚାୟତ ନିର୍ବାଚନ କରିବାକୁ ବିଜେଡିର ଏତେ ଜିଦି କାହିଁକି? ଦୁଇ ମାସ ପରେ ନିର୍ବାଚନ କଲେ ଅସୁବିଧା କ’ଣ? କାହିଁକି ଏତେ ତରତର ବିଜୁ ଜନତା ଦଳ? ଏପଟେ ଲୋକ ପଛେ ମରନ୍ତୁ କିନ୍ତୁ ବିଜୁ ଜନତା ଦଳକୁ ଘାରିଛି ପଞ୍ଚାୟତ କ୍ଷମତା ଦଖଲ ଚିନ୍ତା । ନିର୍ବାଚନ ହେଉ କିନ୍ତୁ କୋଭିଡ ବଢ଼ିଯାଉ । କାହିଁକି ନାଁ ପଞ୍ଚାୟତ ଗଡ଼ ହାତେଇବା ପାଇଁ ସବୁ ପ୍ରକାର ରଣକୌଶଳ ପ୍ରୟୋଗ କରିସାରିଛି ବିଜୁ ଜନତା ଦଳ । ବିରୋଧୀଙ୍କ ଅଭିଯୋଗ ଯେ, ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ଦଳ ବିନିଯୋଗ କରିଛି ସରକାରୀ ପାଣ୍ଠି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଥମେ ବିଜୁ ସ୍ମାର୍ଟକାର୍ଡ଼ ଯୋଜନାରେ ବାଣ୍ଟିଲେ ହେଲ୍ଥ କାର୍ଡ଼, ପରେ ଘର ମତାମତି ପାଇଁ ୩ ହଜାର ଲେଖାଏ ଟଙ୍କା, ଆଉ ହକରମାନଙ୍କୁ ଭତ୍ତା ଓ ସାଧାରଣ ଲୋକଙ୍କୁ କୋଭିଡ ସହାୟତା ମାଧ୍ୟମରେ ସିଧାସଳଖ ଟଙ୍କା ଦେଉଛନ୍ତି ସରକାର । ଯେଉଁ ଯୋଜନାର ନାଁ କେବେ ଲୋକ ଶୁଣି ନଥିଲେ ପଞ୍ଚାୟତ ନିର୍ବାଚନ ପାଇଁ ଉକ୍ତ ଯୋଜନା ଆରମ୍ଭ କରିଦେଲେ ସରକାର । ନିର୍ବାଚନ ବୈତରଣୀ ପାର୍ ହେବାପାଇଁ ଯୋଜନା ପରେ ଯୋଜନା, ପ୍ରକଳ୍ପ ପରେ ପ୍ରକଳ୍ପ, ସହାୟତା ଉପରେ ସହାୟତା ସରକାର ଦେଇଚାଲିଛନ୍ତି ବୋଲି ବିରୋଧୀମାନେ କହିଛନ୍ତି ।

ପ୍ରତିଦିନ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ହଜାର ହଜାର କରୋନା ପଜିଟିଭ୍ । ରାଜ୍ୟର ସ୍ଥିତି ମଧ୍ୟ ସଙ୍ଗୀନ ହେବାରେ ଲାଗିଛି । କିନ୍ତୁ ଏପଟେ ନିର୍ବାଚନ ନ ହେଲେ ସତେ ଯେପରି ବିଜୁ ଜନତା ଦଳର ସବୁ ଯୋଜାନା ଫେଲ୍ ମାରିଯିବ । ସେଇ ଡ଼ରରେ ପଞ୍ଚାୟତ ନିର୍ବାଚନକୁ ତୁରନ୍ତ କରିବାକୁ ଜିଦି ଧରିଛି ବିଜେଡି । ୩ ମାସ ବିଳମ୍ବ ହୋଇଗଲେ କାଳେ ଲୋକେ ଭୂଲିଯିବେ ସେଥିପାଇଁ ବିଜେଡ଼ିର ଏହି ଦାବି । ସେପଟେ କିନ୍ତୁ କୋଭିଡ଼ ସଂକ୍ରମଣ ପାଇଁ ୩ ମାସ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *